ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ୧୪୪ ଧାରା ବଳରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡ଼ିବା ପାଇଁ ବିଭିନ୍ନ ସ୍ଥାନରେ ତିଆରି ହୋଇଛି ବ୍ୟାରିକେଡ । ଅନ୍ୟପକ୍ଷରେ ପୁରୀରେ ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ । ତାଙ୍କ ସୂଚନା ଅନୁଯାୟୀ ୨ କମାଣ୍ଡାଣ୍ଟ, ୬ ଏଏସପି, ୧୬୬ ଡିଏସପି ଓ ୪୪ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ପୁଲିସ କର୍ମଚାରୀମାନେ ୨୪ ଘଣ୍ଟା ଡ୍ୟୁଟିରେ ରହିବେ । ନିରବଚ୍ଛିନ୍ନ ଡ୍ୟୁଟି ଥିବାରୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଛି । ୧୪୪ ଧାରାକୁ କଡ଼ାକଡ଼ି ପାଳନ ପାଇଁ ପୁଲିସ ମୁଖ୍ୟତଃ ଦୃଷ୍ଟି ଦେବେ । ସିସିଟିଭି ଲାଗିଛି, ତା ସହ ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି ବି କରାଯିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ