ସ୍ନାନ ପୂର୍ଣ୍ଣିମାରେ ମା ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):ଜେଷ୍ଠ ମାସ ର ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା। ପାରମ୍ପରିକ ପ୍ରଥାନୁସାରେ ସଂଧ୍ୟା ରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କୁ ସର୍ବାଙ୍ଗ ଚନ୍ଦନ ବେଶ ରେ ସଜ୍ଜିତ କରାଯାଇଥିଲା । ସାଧାରଣ ଶ୍ରଦ୍ଧାଳୁ, ଭକ୍ତ ମାନେ ଆଜି ସଂଧ୍ୟା ରୁ ମା ଙ୍କ ର ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି।ପୂଜାପଣ୍ଡା ପାଳିଆ ସେବକ ମାନଙ୍କ ସହିତ ମିଶି ମା ଙ୍କ ସର୍ବାଙ୍ଗ ଚନ୍ଦନ ବେଶ କରିଥିଲେ। ମା ଙ୍କ ମସ୍ତକ ରେ ଅର୍ଦ୍ଧ ଚନ୍ଦ୍ର, ମଥା ରେ ସିନ୍ଦୁର ଟୋପା, ରକ୍ତିମ ଅଧର, ଗଭା ରେ ମଲ୍ଲି, କର୍ଣ୍ଣ ରେ ମକର କୁଣ୍ଡଳ, ହୃଦୟ ରେ ସୁବର୍ଣ୍ଣ ର ମାଳ, ପୟର ରେ ଅଳତା ଲଗାଇ ଦିଆଯାଇଥିଲା।ମା ମଙ୍ଗଳା ଆଜି ଦିବ୍ୟ ମୋହିନୀ ବେଶ ରେ ଝଟକିଥିଲେ। ହାତରେ ମା ଙ୍କ ର ଥିଲା ପୂର୍ଣ୍ଣ ପ୍ରସ୍ପୁଟିତ ପଦ୍ମ। ମନ୍ଦିର ଭିତର, ବାହାର ଓ ବେଢ଼ା ମହକି ଉଠିଥିଲା ଚନ୍ଦନ, ମଲ୍ଲି, ଚମ୍ପା, କର୍ପୁର, ଅତର ବାସ୍ନା ରେ। ଭକ୍ତ ମାନେ ମା ଙ୍କୁ ଦର୍ଶନ କରି ବିମୋହିତ ହୋଇପଡ଼ିଥିଲେ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଙ୍କ ତତ୍ବାବଧାନରେ ମା ଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ଙ୍କ ଭିଡ ଲାଗି ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ