ସ୍ନାନ ପୂର୍ଣ୍ଣିମା ରେ ମା ମଙ୍ଗଳା ଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ) :-ଆଜିଜେଷ୍ଠ ମାସ ର ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା। ପାରମ୍ପରିକ ପ୍ରଥାନୁସାରେ ସଂଧ୍ୟା ରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କୁ ସର୍ବାଙ୍ଗ ଚନ୍ଦନ ବେଶ ରେ ସଜ୍ଜିତ କରାଯାଇଥିଲା । ଦୀର୍ଘ ଦୁଇ ବର୍ଷ ପରେ ସାଧାରଣ ଶ୍ରଦ୍ଧାଳୁ, ଭକ୍ତ ମାନେ ଆଜି ସଂଧ୍ୟା ରୁ ମା ଙ୍କ ର ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି । କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ସ୍ନାନ ପୂର୍ଣ୍ଣିମା ଦିନ ମନ୍ଦିର କୁ ସାଧାରଣ ଲୋକ ଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା । ଆଜି ପୂଜାପଣ୍ଡା ଭାବେ ତପନ କୁମାର ଦିକ୍ଷୀତ ମା ଙ୍କ ସମସ୍ତ ପୂଜା ନୀତି କରିଥିଲେ ଓ ପାଳିଆ ସେବକ ମାନଙ୍କ ସହିତ ମିଶି ମା ଙ୍କ ସର୍ବାଙ୍ଗ ଚନ୍ଦନ ବେଶ କରିଥିଲେ । ମା ଙ୍କ ମସ୍ତକ ରେ ଅର୍ଦ୍ଧ ଚନ୍ଦ୍ର, ମଥା ରେ ସିନ୍ଦୁର ଟୋପା, ରକ୍ତିମ ଅଧର, ଗଭା ରେ ମଲ୍ଲି, କର୍ଣ୍ଣ ରେ ମକର କୁଣ୍ଡଳ, ହୃଦୟ ରେ ସୁବର୍ଣ୍ଣ ର ମାଳ, ପୟର ରେ ଅଳତା ଲଗାଇ ଦିଆଯାଇଥିଲା। ମା ମଙ୍ଗଳା ଆଜି ଦିବ୍ୟ ମୋହିନୀ ବେଶ ରେ ଝଟକିଥିଲେ । ହାତରେ ମା ଙ୍କ ର ଥିଲା ପୂର୍ଣ୍ଣ ପ୍ରସ୍ପୁଟିତ ପଦ୍ମ। ମନ୍ଦିର ଭିତର, ବାହାର ଓ ବେଢ଼ା ମହକି ଉଠିଥିଲା ଚନ୍ଦନ, ମଲ୍ଲି, ଚମ୍ପା,କର୍ପୁର, ଅତର ବାସ୍ନା ରେ ଭକ୍ତ ମାନେ ମା ଙ୍କୁ ଦର୍ଶନ କରି ବିମୋହିତ ହୋଇ ପଡ଼ିଥିଲେ । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ଙ୍କ ତତ୍ବାବଧାନରେ ମା ଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ଙ୍କ ଭିଡ ଲାଗି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ