ସ୍ନେହଲତା ଙ୍କ ଶେଷଦର୍ଶନ ପାଇଁ ପହଚିଂଲେ ନବୀନ

ଡକ୍ଟର ଦାମୋଦର ରାଉତଙ୍କ ପତ୍ନୀଙ୍କ ବିୟୋଗରେ ଆଜି ତାଙ୍କ ବାସଭବନରେ ପହଚିଂଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ପତ୍ନୀ ସ୍ନେହଲତାଙ୍କୁ ଶେଷ ଶ୍ରଦ୍ଧାଂଜଳୀ ଦେଇଥିଲେ ନବୀନ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସକାଳ ୬ଟା ୪୫ରେ ଆଖିବୁଜିଥିଲେ ସ୍ନେହଲତା । ସ୍ନେହଲତାଙ୍କ ଶେଷ ଦର୍ଶନ ପାଇଁ ବିଭନ୍ନ ବର୍ଗର ଲୋକଙ୍କ ସହ ନେତାଙ୍କ ମଧ୍ୟ ଭିଡ ଜମିଥିଲା । ବିଜେଡିର ତୁଙ୍ଗ ନେତାଙ୍କ ସହ ପାଖାପାଖି ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବାସଭବନରେ ପହଚିଂଥିଲେ । ସେପଟେ ଦାମ ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ବିଜେପିର ତୁଙ୍ଗ ନେତା ମାନେ ମଧ୍ୟ ଦାମଙ୍କ ବାସଭବନରେ ପହିଚିଂଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦାମଙ୍କ ବାସଭବନରେ ପହଚିଂ ଶେଷ ଦର୍ଶନ କରିଛନ୍ତି । ଏହା ସହ ଦାମଙ୍କୁ ଆଶ୍ୱସନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଦନ ସିଂଦେଓ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଦାମ ରାଉତଙ୍କ ଘରେ ପହଂଚି ଶ୍ରଦ୍ଧାଂଜଳି ଦେଇଛନ୍ତି ସ୍ନେହଲତାଙ୍କ ମରଶରୀର ତିର୍ତୋଲ ନିଆଯାଆଇଛି । ଏହା ପରେ ସେଠାରୁ ପୁରୀ ନିଆଯାଇ ଅନ୍ତିମ ସଂସ୍କାର କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ