ସ୍ପନ୍ଦନା ପକ୍ଷରୁ ଜୀବନ କୌଶଳ ସମ୍ପର୍କିତ ଆଲୋଚନା ଚକ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ପନ୍ଦନା ଇଦା ଇଣ୍ଟରନେସେନାଲ ଫାଉଣ୍ଡେସନ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଏକ ଜୀବନ କୌଶଳ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ, ରସାୟନ ବିଜ୍ଞାନ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ଶିକ୍ଷା, ଭାବପ୍ରବଣତା, ପାରସ୍ପରିକ ଏବଂ ଆର୍ଥିକ ସମ୍ପର୍କିତ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଏଥିରେ ଏସଇଆଇଏଫ୍ର ପି ଶିବଶଙ୍କର ପାତ୍ର, ଜଗମୋହନ ପାଣିଗ୍ରାହୀ, ଡି ମୁକେଶ ପାତ୍ର, ସତ୍ୟନାରାୟଣ ନାୟକ, ଜ୍ୟୋତିରଂଜନ ସାହୁ, ରତ୍ନାକର ପ୍ରଧାନ, ଚିନ୍ମୟୀ ପାଣିଗ୍ରାହୀ, ଶାନ୍ତନୁ କୁମାର ମହାଳିକ, ଶଙ୍କର୍ଷଣ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏବଂ ବିଦ୍ୟାଳୟର ଶିକ୍ଷକ ସୁରେଶ ଚନ୍ଦ୍ର ମିଶ୍ର, ରାମକୃଷ୍ଣ ବିଷୋୟୀ ଓ ଶିକ୍ଷୟତ୍ରୀ ନର୍ମଦା ମହାଳିକ , ଭାଗ୍ୟ ଶବର , ମାମି ବେହେରା , ବିରଞ୍ଚି ହୋତା , ସିମାଞ୍ଚଳ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।


