ସ୍ପେନ୍ ରାଷ୍ଟ୍ର ମହିଳାଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୦ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସ୍ପେନ ରାଷ୍ଟ୍ରର ୫୦ବର୍ଷୀୟ ଏକ ଅବିହିତ ମହିଳାଙ୍କୁ ହସ୍ତାନ୍ତରିତ କରିଛନ୍ତି l ପ୍ରାୟ ୫ ବର୍ଷ ପୂର୍ବେ ପୋଷ୍ୟ ଭାବେ ହସ୍ତାନ୍ତରିତ କର ଝିଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ଶୁରକ୍ଷା ୟୁନିଟ ଏବଂ ଚାଇଲ୍ଡଲାଇନରେ ଉଦ୍ଧାର କରି ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାହାର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲେ l ଝଅଟିର କେହି ନଥିବା ଜାଣିବା ପରେ ଶିଶୁ ମଙ୍ଗଳ ସମିତିଗଜପତି ଅଆନତଃମୁକ୍ତ ବାବେପ୍ରାୟ ୩ ବର୍ଷ ହେଲା ଘୋଷଣାକରିଥିଲେ l ପରବର୍ତ୍ତୀ ସମୟରେ ପୋଷ୍ୟ ସନ୍ତାନଗ୍ରହଣ କେନ୍ଦ୍ର ପାରଳାଖେମୁଣ୍ଡି ଠାରେ ଥିବା ନିଶାନ ସାଲୋମ ପୋଷ୍ୟ କେନ୍ଦ୍ରକୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରରପୋର୍ଟାଲରେ ଅପଲଡ କରାଯାଇଥିଲା l ଯାହାଦ୍ବାରାକି ଶିଶୁଟି ପୋଷ୍ୟ ଭାବେ ଯେ କୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ l ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା l ପରବର୍ତ୍ତୀ ମୂହୁର୍ତ୍ତରେ ୪ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ମହିଳାଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ l ଉପରୋକ୍ତ ମହିଳା ଭିଡିଓ ମାଧ୍ୟମରେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ l ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗର୍ହଣକେନ୍ଦ୍ର ଏବଂ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତକରିଥିଲେ ପରବର୍ତ୍ତୀ ମୂହୁର୍ତ୍ତରେ ଗଜପତି ଜିଲ୍ଲାପାଳ ସମସ୍ତ ଦସ୍ତାବିଜକୁ ଯାଞ୍ଚକରିବା ପରେ ଶିଶୁଟିକୁ ସ୍ପେନର ମହିଳାଙ୍କୁ ହସ୍ତାନ୍ତର କରାଯାଇଛି l ସ୍ପେନ ମହିଳା ଜଣକ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଭାରତ ଦେଶ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତ ସଂସ୍କୃତି ଓ ପରମ୍ପରା ମୋତେ ବହୁତ ଭଲଲାଗେ l ମହିଳାଙ୍କ ସହ ନୂଆଦିଲ୍ଲୀରୁ ଆଫା ଅନୁଷ୍ଠାନର ମୋତି ମେହତାନି ଉପସ୍ଥିତ ଥିଲେ ଯିଏକି ଆଫା ତରଫରୁ ସ୍ପେନ ରାଷ୍ଟ୍ରକୁ ପ୍ରତିନିଧିତ୍ବ କରୁଛନ୍ତି l ଶିଶୁ କନ୍ୟାକୁ ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳସମିତିର ଅଧ୍ୟକ୍ଷା ଅଳକା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ନିସାନ ସାଲେମ ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରଦ୍ୟୁଷକମାର ସୂର୍ଯ୍ୟ, ପ୍ରାଇଡ ବାଳିକା ଯତ୍ନ ଓ ସୁରକ୍ଷା ଅନୁଷ୍ଠାନର ହାଉସ୍ ମଦର ସୁକାନ୍ତି ଶବର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ