ସ୍ପେଶାଲ ପରୀକ୍ଷା କରିବା ଦାବିରେ ଓଡ଼ିଶା ବିପିୟୁଟି ଛାତ୍ରସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ବିପିୟୁଟି ଛାତ୍ରସଂଘ ତରଫରୁ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସ୍ପେଶାଲ ପରୀକ୍ଷା କରିବାକୁ ଦାବି କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାବି ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ସନ୍ଧ୍ୟା ୫ ଘଟିକା ସମୟରେ ବିପିୟୁଟି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାମାରୀ କରୋନା ଯୋଗୁ ଦୁଇବର୍ଷରୁ ଉର୍ଦ୍ଧ୍ୱ ହେବ ବିପିୟୁଟିରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଜନିତ ସମସ୍ୟା ସହ ଫଳ ପ୍ରକାଶନକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା, ବିପିୟୁଟି କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟକଳାପ ଓ ଅବହେଳା ଯୋଗୁ ଦୁଇବର୍ଷ ଧରି ଅଷ୍ଟମ ସେମିଷ୍ଟାର ପରେ ହେଉଥିବା ସ୍ପେଶାଲ ପରୀକ୍ଷାକୁ ବନ୍ଦ କରିଦିଆଯାଇଛି । ଯାହାଫଳରେ ୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସ୍ପେଶାଲ ପରୀକ୍ଷା ଦେବାରୁ ବଂଚିତ ହେବା ସହ ସାର୍ଟିଫିକେଟ ପାଇପାରୁ ନାହାଁନ୍ତି । ଏଥିଯୋଗୁଁ ବିପିୟୁଟି ଛାତ୍ରଛାତ୍ରୀମାନେ କୌଣସି ନିଯୁକ୍ତି ସୁଯୋଗ ପାଇପାରୁ ନାହାଁନ୍ତି କି ଉଚ୍ଚଶିକ୍ଷା ପାଇଁ ଆବେନ କରିପାରୁ ନାହାଁନ୍ତି । ଆଜିର ଏହି ବିକ୍ଷୋଭ ସହ ଯଥାଶୀଘ୍ର ସ୍ପେଶାଲ ପରୀକ୍ଷା କରିବା ପାଇଁ ଓଡ଼ିଶା ବିପିୟୁଟି ଛାତ୍ରସଂଘ ତରଫରୁ ବିପିୟୁଟି କର୍ତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଯଦି ଆଗାମୀ ୧୫ ଦିନ ମଧ୍ୟରେ ବିପିୟୁଟି କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ସାରା ରାଜ୍ୟରେ ଥିବା ବିପିୟୁଟିର ସମସ୍ତ ଇଞ୍ଜିନିୟରିଂ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ସହ ଓଡ଼ିଶା ବିପିୟୁଟି ଛାତ୍ରସଂଘ ରାଜରାସ୍ତାକୁ ଓହ୍ଲାଇବ । ଏହି ବିକ୍ଷୋଭରେ ଓଡ଼ିଶା ବିପିୟୁଟି ଛାତ୍ରସଂଘର ଉପଦେଷ୍ଟା ଇଂ ପାର୍ଥସାରଥୀ ମୁଦୁଲି, ମୁଖ୍ୟ ସଂଗଠକ ଇଂ ଶକ୍ତିପ୍ରସାଦ ରଥ, କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ମହାନ୍ତି, ସଂସଦ କୁମାର ନାୟକ, ସୁନିଲ ମହାପାତ୍ର, ଛାତ୍ରସଂଘର କାର୍ଯ୍ୟକାରୀ ସଭାପତି ସୁରେଶ ଜେନା, କ୍ଷୀତିଶ ବାରିକ, ସ୍ୱାଗତ କର, ରୁପମ ଦାସ, ସୌରଭ ପାଢୀଙ୍କ ସମେତ ସହିତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ