ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ପୁନେ, ମହାରାଷ୍ଟ୍ର ର ମଧୁଛନ୍ଦା ସାରସ୍ବତ ଗୃପ ତରଫରୁ ଅନଲାଇନ କବିତା ଆସର ଅନୁଷ୍ଠିତ I

ବେଲଗୁଣ୍ଠା,( ସନ୍ତୋଷ ବିଷୋୟୀ): ରବିବାର ଅପରାହ୍ନ ସମୟରେ ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ପୁନେ, ମହାରାଷ୍ଟ୍ରର ମଧୁଛନ୍ଦା ସାରସ୍ବାାଗୃପ ତରଫରୁ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର, ଉପସଭାପତି ଜନ୍ମେଜୟ ବିଶ୍ବାଳ ଉପସ୍ଥିତ ରହି ସମସ୍ତ କବି ଓ କବୟିତ୍ରୀଙ୍କୁ ଉତ୍ସାହିତ କରିଥିବା ଅନୁଷ୍ଠାନର ଓଡିଶା ସଂଯୋଜକ ତ୍ରିନାଥ ବେହେରାଙ୍କ ସଂଯୋଜନାରେ ଓଡିଶା ତଥା ଓଡିଶା ବାହାରେ ଥିବା ବହୁ କବି, କବୟିତ୍ରୀ, ଲେଖକ ମାନେ ଅଂଶ ଗ୍ରହଣ କରି ଶୀତ ଋତୁ ଏବଂ ନବ ବର୍ଷ ପ୍ରସଙ୍ଗରେ ନିଜର ସ୍ଵରଚିତ କବିତା ପାଠ କରିବା ସହ ଏହାର ବ୍ୟାଖ୍ୟା କରିଥିଲେ I ଏହି ଆୟୋଜିତ କବିତା ଆସରରେ ଅଜୟ କୁମାର ମଲ୍ଲିକ, ସନାତନ ମହାକୁଡ, ମାଧବୀ ପଟେଲ, ଉଷ୍ମିତା ମଞ୍ଜରୀ ମିଶ୍ର, ଅମୂଲ୍ୟ କୁମାର ଦାଶ, ରାଜେନ୍ଦ୍ର କୁମାର ବିଷୋୟୀ,ରଞ୍ଜନ କୁମାର ମହାନ୍ତି, ଅରୁଣ କୁମାର ମହାପାତ୍ର,ସୁଦାମ ଦଳବରା, ସନ୍ତୋଷ କୁମାର ସାହୁ,ରଞ୍ଜିତା ପତି,ନଳିନୀ ପ୍ରଭା ମିଶ୍ର,ପିଙ୍କୁ ରଣବିଡା,ରତିନାରାୟଣ ରାଉତ,ଜିତେନ୍ଦ୍ରିୟ ସାହୁ , ପ୍ରିୟମ୍ବଦା ସାମଲ, ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ,ଡକ୍ଟର ଗୁରୁମୂର୍ତ୍ତୀ ନାୟକ,ଶିଶିର କୁମାର ସ୍ବାଇଁ, ନଳିନୀ ପ୍ରଭା ଦାସ, ତାପ୍ତିମୟୀ ପଣ୍ଡାମିଶ୍ର, ପ୍ରମୁଖ ନିଜ କବିତା ପଠନ କରିଥିବା ବେଳେ କବି ଅମୂଲ୍ୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I ସୂଚନା ଥାଉ କି ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ମହାରାଷ୍ଟ୍ର ର ଏକ ପ୍ରବାସୀ ଓଡିଆ ଙ୍କ ପଞ୍ଜିକୃତ ବେସରକାରୀ ଅନୁଷ୍ଠାନ ଯିଏ କି ସମାଜ ସେବା ସହ କଳା,ସାହିତ୍ୟ,ଶିକ୍ଷା,ସଂସ୍କୃତି କୁ ପ୍ରଚାର ପ୍ରସାର କରିବା ସହ ସମାଜରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିଆସୁଛି ା କୋଭିଡ ହେତୁ ଲକଡାଉନ ପରିସ୍ଥିତି ଓ ପରବର୍ତ୍ତୀ ସ୍ଥିତିରେ ଓଡିଆ ସାହିତ୍ୟ ର ବିକାଶ ତଥା ପ୍ରଚାର ପ୍ରସାର ନିମିତ୍ତ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଭାଷା ପ୍ରୀତି ଜନ୍ମାଇ ସେମାନଙ୍କ ମଧ୍ୟରେ ଥିବା କବିତ୍ବର ବିକାଶ ସାଧନ ସହ ସେମାନଙ୍କୁ ଡିଜିଟାଲ ଦୁନିଆରେ ପରିଚିତ କରିବା ଓ ଓଡିଆ ବାଣୀ ଭଣ୍ଡାରର ଶ୍ରୀବୃଦ୍ଧି ନିମିତ୍ତ ଏହି ଅନୁଷ୍ଠାନ ବିଭିନ୍ନ ଅନଲାଇନ ସାରସ୍ବତ ଆସର, କବିତା,ଗଳ୍ପ ଓ ପ୍ରବନ୍ଧ ଲିଖନ ଭଳି ପ୍ରତିଯୋଗିତା ମାନ ନିୟମିତ ବ୍ୟବଧାନରେ ଅନୁଷ୍ଠାନ କରିଆସୁଛି ା ଆସନ୍ତା 2021 ନବ ବର୍ଷ ଅବସରରେ ଜାନୁୟାରୀ ମାସରେ ଅନୁଷ୍ଠାନ ତରଫରୁ ପ୍ରଥମ କବି ସମ୍ମିଳନୀ ଆୟୋଜନ କରିବା ପାଇଁ ଯୋଜନା ହୋଇଥିବା କଥା ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର ଏହି ଅବସରରେ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ