ସ୍ବଚ୍ଛସାଥୀ ଓ ସୁପରଭାଇଜର ସଂଘ ୧୦ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୌରପରିଷଦର ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ସ୍ବଚ୍ଛସାଥୀ ଓ ସୁପରଭାଇଜର ବର୍ଷିତ ଦରମାକୁ ତୁରନ୍ତ ପ୍ରଦାନ କରିବା ସହ ୧୦ ଗୋଟି ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ମୁଖ୍ୟତଃ ସରକାରଙ୍କ ନଗର ଉନ୍ନୟନ ବିଭାଗ ତରଫରୁ ଗତ ମାର୍ଚ୍ଚ ମାର୍ଚ୍ଚ ୨୧ ତାରିଖ ଅନୁଯାୟୀ ଘୋଷିତ ବର୍ଦ୍ଧିତ ଦରମା ବିନା ସର୍ଭରେ ତୁରନ୍ତ ପ୍ରଦାନ, ସ୍ଥାୟୀ ନିଯୁକ୍ତିପତ୍ର ପ୍ରଦାନ, ନିୟମିତ କର୍ମଚାରୀଙ୍କ ପରି ବିଭିନ୍ନ ସରକାରୀ ଛୁଟି ଦିବସରେ ସବୈତନିକ ଛୁଟି ପ୍ରଦାନ, ଅନ୍ୟ କର୍ମଚାରୀଙ୍କ ଭଳି ଇପିଏଫ୍ ଓ ଇଏସ୍‌ଆଇ ସୁବିଧା ପ୍ରଦାନ କରିବା, ସ୍ବଚ୍ଛସାଥ୍ ଓ ସୁପରଭାଇଜଙ୍କ କାର୍ଯ୍ୟର କାଉନସିଲର ଓ କର୍ପୋରେଟରଙ୍କ ଦ୍ବାରା ନ କର ନ କରାଯିବା ପାଇଁ ଆଦି ୧୦ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ