ସ୍ବର୍ଗତ ଧ୍ରୁବଚରଣ ଥିଲେ ନୀତିନିଷ୍ଠ ସମାଜସେବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଶୁପାଳ ର ବରିଷ୍ଠ ସମାଜସେବୀ, ରାଜନୀତିଜ୍ଞ, ସରଳ ଅମାୟିକ ବ୍ୟକ୍ତିତ୍ୱ ସ୍ବର୍ଗତ ଧ୍ରୁବଚରଣ ପାତ୍ରଙ୍କ ଏକାଦଶ ସ୍ମୃତି ଚାରଣ ସଭା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ବ୍ରହ୍ମହେସ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି. ଯୁବ ସମାଜସେବୀ ଶ୍ରୀକାନ୍ତ ପାତ୍ର ଓ ଭାଗ୍ୟଲତା ପାତ୍ରଙ୍କ ସଂଯୋଜନା ରେ ଆୟୋଜିତ ସ୍ମୃତି ସଭାରେ ସ୍ବର୍ଗତ ପାତ୍ର ଥିଲେ ସମାଜସେବା, ରାଜନୀତି ତଥା ସାମଗ୍ରିକ କ୍ଷେତ୍ରରେ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ. ସାଧାରଣବ୍ୟକ୍ତି ବିଶେଷ ଙ୍କୁ ସହାୟତା ସହିତ ଅସହାୟ, ଅଭାବୀ ଙ୍କ ଚିରସାଥି ଥିଲେ ବୋଲି ନିରୁପମା ରାଉତରାୟ, ତୃପ୍ତି ମିଶ୍ର, ଶୁଚିସ୍ମିତା, ସୂର୍ଯ୍ୟନାରାୟଣ, ମନୋଜ ମତବ୍ୟକ୍ତ କରିଥିଲେ. ସ୍ମୃତିସଭା କୁ ପ୍ରତାପ ବରାଳ, ସୁଧୀର ମନୋରଞ୍ଜନ ପ୍ରମୁଖ ପରିଚାଳନା କରିଥିଲେ ବୋଲି ରବି ନାରାୟଣ ସାହୁ ଏକ ଶୋକ ବାର୍ତ୍ତା ରେ ଜଣାଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ