ସ୍ବର୍ଗତ ଫାଗୁରମ ମାର୍ଣ୍ଡିଙ୍କ ପରିବାରକୁ ପୂର୍ବତନ ଝାରଖଣ୍ଡ ରାଜ୍ୟପାଳଙ୍କ ଦ୍ବାରା ୭୧୦୦୦୧ ଟଙ୍କା ଚେକ୍ ସହାୟତା ପ୍ରଦାନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଂଚଳର ସାନପାଖଣା ଗ୍ରାମର ସୁଯୋଗ୍ୟ ସନ୍ତାନ କମାଣ୍ଡାଣ୍ଟ ମେଡିକାଲ ଅଫିସର ସ୍ବର୍ଗତ ଡଃ ଫାଗୁରାମ ମାର୍ଣ୍ଡି ଗତ୧୧ ମାର୍ଚ ୨୦୨୧ ରେ କାର୍ଯ୍ୟରତ ଥିବାବେଳେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।ସେ ଜଣେ ପରୋପକାରୀ ,ସମାଜସେବୀ ବ୍ୟକ୍ତି ଥିଲେ ।ସେ ଥିଲା ସୀମା ସୁରକ୍ଷା ବଳ,ସଂଘ,ମୟୂରଭଂଜ ଶାଖାର ପ୍ରାଣ ପ୍ରତିଷ୍ଠାତା ।ଏହି ସଂଘର ଉଦେଶ୍ୟ ଥିଲା ମୟୂରଭଂଜ ଜିଲ୍ଲାର ଦେଶରେ କାର୍ଯ୍ୟରତ ସୈନିକ ଓ ମୃତ୍ୟୁବରଣ କରିଥିବା ସୈନିଖକ ପରିବାରଙ୍କୁ ସୁରକ୍ଷା,ସହାୟତା,ସାହଯ୍ୟ କରି ସେମାନଙ୍କର ସୁଖଦୁଖର ସାଥୀ ହେବା । ସୂଚନା ଯୋଗ୍ୟ ଏହି ମହାନ ବ୍ୟକ୍ତି ସ୍ବର୍ଗତ ଡାକ୍ତର‌ଫାଗୁରାମ ମାର୍ଣ୍ଡି ସୈନିକ ବିଭାଗରେ କାର୍ଯ୍ୟ କରୁଥିବାବେଳେ ଗତ ୧୧ ମାର୍ଚ ୨୦୨୧ରେ ହୃଦଘାତରେ ବରଣ କରିଥିଲେ । ତାଙ୍କରି ପରିବାରକୁ ସହାୟତାର ହାତ ବଢାଇଛି ତାଙ୍କରି ହାତଗଢା ସଂଗଠନ ସୀମା ସୁରକ୍ଷା ବଳ,ସଂଘ,ମୟୂରଭଂଜ ଆଜି ତାଙ୍କ ପରିବାରକୁ ସହାୟତା ବଢାଇବା ପାଇଁ ଛୁଟି ଆସିଥିଲା ସ୍ବର୍ଗତ ଫାଗୁରାମ ମାର୍ଣ୍ଡି ଘରକୁ ।ସଂଗଠନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ଆୟୋଜନ କରଯାଇଥିଲା ।ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମସ୍ତେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ ।ଦ୍ରୌପଦୀ ମୁର୍ମୁ କହିଥିଲେ ସୀମା ସୁରକ୍ଷା ସୈନିକ ମାନଙ୍କର ତ୍ୟାଗ,ବଳିଦାନ,କର୍ତ୍ତବ୍ୟପରାୟଣତା ଯୋଗୁହ ଭାରତବାସୀ ଶାନ୍ତିରେ ଶୋଇଛନ୍ତି ।ସେମାନଙ୍କର ବଳିଦାନ,ତ୍ୟାଗ,ଦେଶଭକ୍ତି ଅବର୍ଣନୀୟ,ଅକଥନୀୟ ।ଏହି ସୀମା ସୁରକ୍ଷା ବଳ ସଂଘ ଏକ ମହାନ କାମ ହାତକୁ ନେଇଛି ।ଯେଉଁ ସୈନିକ ପରିବାର ଅବହେଳିତ,ଅସହାୟ,ଅଜ୍ଞ ସେମାନଙ୍କର ସୁଖ ଦୁଖରେ ଛିଡା ହୋଇ ସେମାନଙ୍କୁ ସହାୟତା କରୁଛି ସମସ୍ତେ ପ୍ରଶଂସନୀୟ ।ସଂଘର ସଭାପତି ଦଶରଥ ମାଝୀ ସଂଘର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ପରେ ସଂଘ ତରଫରୁ ସ୍ବର୍ଗତ ଫାଗୁରାମ ମାର୍ଣ୍ଡିଙ୍କ ପରିବାର ତଥା ତାଙ୍କ ପତ୍ନୀ ସସ୍ମିତା ମାର୍ଣ୍ଡୀଙ୍କୁ ୭୧୦୦୦୧ ଟଙ୍କା ମୁଖ୍ୟ ଅତିଥି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା ।ଶେଷରେ ସମାଜସେବୀ ମନୋରଂଳଜନ ମୁର୍ମୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ