ସ୍ବର୍ଗତ ବାବାଜୀ ସାହୁ ଙ୍କ ସ୍ମୃତି ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଜାହାଙ୍ଗିରପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତି ବାବାଜୀ ସାହୁ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ତାଙ୍କ ଏକାଦଶାହ ଦିବସରେ ବେଲପଡା ନିକଟସ୍ଥ ବୁଢ଼ୀ ଠାକୁରାଣୀ ଙ୍କ ପୀଠ ପରିସରରେ ବୃକ୍ଷରୋପଣ କରାଯିବା ସହିତ ଓ ସ୍ଥାନୀୟ ମହିମା ଗାଦୀପୀଠ ପରିସର ରେ ସର୍ବସାଧାରଣ ଙ୍କ ବ୍ୟବହାର ଉଦ୍ଦେଶ୍ୟ ରେ ଏକ ସ୍ମୃତି ମଣ୍ଡପ ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ୱର୍ଗତ ବାବାଜୀ ଙ୍କ ସମସ୍ତ ପୁତ୍ର ଜୟରାମ ସାହୁ, ଭମ୍ରରବର ସାହୁ, କୁମର ସାହୁ, ଲକ୍ଷ୍ମୀଧର ସାହୁ, ବିଷ୍ଣୁପ୍ରସାଦ ସାହୁ, କୈଳାଶ ଚନ୍ଦ୍ର ସାହୁ, ବିଜୟ ସାହୁ, ପ୍ରମୋଦ କୁମାର ସାହୁ, ପ୍ରକାଶ ଚନ୍ଦ୍ର ସାହୁ ଓ ଝିଅ ଜ୍ୱାଇଁ ସଂଯୁକ୍ତା ସାହୁ, ପ୍ରକାଶ ଚନ୍ଦ୍ର ସାହୁ ସମେତ ସମସ୍ତ ବନ୍ଧୁ ପରିବାର ବର୍ଗ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପରିବାର ର ଏହି ମହତ କାର୍ଯ୍ୟ କୁ ପ୍ରଶଂସା କରିଥିଲେ।


