ସ୍ବର୍ଗତ ବିଶ୍ବମ୍ବର ମାଝୀ ମେମୋରିଆଲ ଫୁଟବଲ ମ୍ୟାଚ ଉଦ୍ଯାପିତ
କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ହଂସପଡ଼ା ପଡିଆ ରେ ମା କାଲିକେଶ୍ୱରୀ ଫୁଟବଲ ଏସୋସେସନ ଆନୁକୂଲ୍ୟରେ ସ୍ବର୍ଗତ ବିଶ୍ବମ୍ବର ମାଝୀ ମେମୋରିଆଲ ଫୁଟବଲ ର ଫାଇନାଲରେ ହିରାପୁର ଓ ଧର୍ମଗଡ ଦଳ ମଧ୍ୟରେ ମଧ୍ୟରେ ସଂଘର୍ଷପୂର୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଚିତାକର୍ଷକ ମ୍ୟାଚରେ ହିରାପୁର ଦଳ ଚମ୍ପିୟାନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋଉଷଧି ବାଗ ଯୋଗ ଦେଇ ଗ୍ରାମାଞ୍ଚଳରେ ଯୁବଗୋଷ୍ଠୀ କ୍ରୀଡା ରେ ଆଗଭର ହେଲେ ଓଡିଶା କ୍ରୀଡା କ୍ଷେତ୍ରରେ ଆଗକୁ ଆସିପାରିବ ବୋଲି କହିବା ସହ ଆମ ସରକାର ମଧ୍ୟ ବିଜୁ ଯୁବ ବାହିନୀ ଜରିଆରେ ପ୍ରତି ଗ୍ରାମାଞ୍ଚଳରେ ଯୁବକ ମାନଙ୍କୁ କ୍ରୀଡା କ୍ଷେତ୍ରରେ ସ୍ୱାବଲମ୍ବୀ କରିବାକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇଛନ୍ତି । ଏଣୁ ଏହାର ଉପଯୋଗ କରିବାକୁ କହିଥିଲେ । ସମ୍ମାନୀୟ ଅତିଥି ରୂପେ ଶିକ୍ଷାବିଦ ଅଶୋକ ଦାସ, ତୋଫାନ ମାଝୀ, ସୁଧୀର ପାତ୍ର କ୍ଷୀତିରାମ ପାତ୍ର,ଦେବରାଜ ମାଝୀ, କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ, ପ୍ରମୁଖ ଉପସ୍ଥିତ ରହି ବିଜୟୀ ହିରାପୁର ଦଳକୁ ନଗଦ ୧୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଦଳ କୁ ୭ ହଜାର ଓ ଟ୍ରଫି ପ୍ରଦାନ କରିଥିଲେ ବିଧାୟକ। ଏହି ଅବସରରେ ପୂର୍ବତନ ଖେଳାଳି ସ୍ବର୍ଗତ ବିଶ୍ବମ୍ବର ମାଝୀ ଙ୍କୁ ମରଣତ୍ତର ସମ୍ମାନ ତାଙ୍କ ପୁଅ ଦେବରାଜ ମାଝୀ ଗ୍ରହଣ କରିଥିଲେ। ଖେଳ ଶିକ୍ଷକ ନିର୍ମଳ ଦଣ୍ଡସେନା ଓ ତାଙ୍କ ସହଯୋଗୀ ଖେଳ ପରିଚାଳନା କରିଥିଲେ।।