ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ ଙ୍କ ପ୍ରତିମୂର୍ତ୍ତି ପାଇଁ ଅନୁରୋଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନନେତା, ଓଡିଶା ବିଧାନସଭା ର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ ଙ୍କ ପୁଣ୍ୟତିଥିରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି, ସ୍ବର୍ଗତ ଦାସ ଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଭୁବନେଶ୍ୱର ରେ ସ୍ଥାପନ ପାଇଁ ଅନୁରୋଧ କରିଥିଲେ ସଂସ୍କୃତି ପୁରୁଷ, ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂଜ୍ୟ ପ୍ରଣାମ ଟ୍ରଷ୍ଟ ର ଉପାଧ୍ୟକ୍ଷ ଶିକ୍ଷାବିତ ସୀତାବଲ୍ଳବ ମହାପାତ୍ର, ଟ୍ରଷ୍ଟି ଶ୍ରୀ ପ୍ରଜ୍ଞରାଜ ପ୍ରଧାନ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି