ସ୍ବର୍ଗତ ରାଜୀଵ ଗାନ୍ଧୀଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା): ଭାରତର ଭୁତପୂର୍ବ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ପ୍ରାପ୍ତ ସ୍ବର୍ଗତ ରାଜୀଵ ଗାନ୍ଧୀଙ୍କ ୭୭ ତମ ଜନ୍ମ ଜୟନ୍ତୀ ଆଜି ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଉପର ବସଷ୍ଟାଣ୍ଡ ଠାରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ବୃକ୍ଷ ଲଗାଇବା ନିମନ୍ତେ ବାର୍ତ୍ତା ପ୍ରଦାନ କରି ସ୍ଥାନୀୟ ଲୋକ ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭାଗୀରଥୀ ବେହେରା, ଛତ୍ରପୁର ବ୍ଲକ ସଭାପତି ଶ୍ରୀ ଅବନୀ ଶତପଥୀ, ଗଞ୍ଜାମ ବ୍ଲକ ସଭାପତି ଶ୍ରୀ N. ଗଣେଶ ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ର ଛତ୍ରପୁର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ର ଏନଏସି ସଭାପତି ଜି. ଶ୍ରୀନିବାସ ରାଓ, ଗଞ୍ଜାମ ନଗର ସଭାପତି ବୁଲୁ ରେଡ୍ଡି, ବରିଷ୍ଠ ନେତା କାଳିଆ ରାଉଳ, ଯୁବ ନେତା ବଳିଆ ବେହେରା, ସତ୍ୟଜିତ ବେହେରା, ଛାତ୍ର ନେତା ମହେଶ କୁମାର ଗୌଡ଼, ସୋମନାଥ ପଣ୍ଡା, ଚକ୍ରପାଣି ପଲାଇ, ରାକେଶ କୁମାର ଆଚାର୍ଯ୍ୟ, ସୁବୋଧ ସ୍ଵାଇଁ, ସିଲୁ ରାଉଳ, ଟି ଚନ୍ଦ୍ର ଶେଖର ରେଡ୍ଡି, ଆଇନ ଜୀବି ବାବୁ ନାହକ ପ୍ରମୁଖ ଉପସ୍ଥିତ ଥିଲେ।


