ସ୍ବର୍ଗତ ରାଜୁ ଙ୍କ ଉଦେଶ୍ୟରେ ରେ ଫୋଟୋ ଗ୍ରାଫର ଦିବସ ପାଳିତ

ଫୁଲବାଣୀ, (ସୁନିଲ କୁମାର ବେହେରା): ଆଜି ବିଶ୍ୱ ଫୋଟୋଗ୍ରାଫର ଦିବସ ଏହି ଅବସରରେ କନ୍ଧମାଳ ରେ ସମସ୍ତ ଫୋଟୋଗ୍ରାଫର ଭାଇ ମାନେ ନିଆରା ଢଙ୍ଗ ରେ ପାଳନ କରିଛନ୍ତି ଫୋଟୋଗ୍ରାଫର ଦିବସକୁ । ଗତ ଅଗଷ୍ଟ ୧୨ ତାରିଖ ଦିନ ସଡ଼କ ଦୁର୍ଘଟଣା ରେ ରାଜୁ ନାୟକ ଚିତ୍ରଉତୋଳନ କାରୀ ଙ୍କ ଦେହାନ୍ତ ହୋଇଥିଲା । ଏହି ଅଭାବନୀୟ ଘଟଣା କୁ ମନେ ପକେଇ ଫୁଲବାଣୀ ର ସମସ୍ତ ଫୋଟୋ ଗ୍ରାଫର ଭାଇ ମାନେ ତାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରକାଶ କରିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବାହାରିଥିଲେ। ଏହି ଶଭାଯାତ୍ରା ଟି ବିଶ୍ଵ ରଞ୍ଜନ ସାମନ୍ତରାୟ ଙ୍କ ତତ୍ୱାବଧାନରେ କରାଯାଇଥିଲା।ଏଥିରେ ସାଗର ପାଢ଼ୀ, କୃତିଦିପନ ଭୋଇ, ଦିନେଶ ମହାପାତ୍ର, ଦୀପକ ମହାରଣା, ଚିନ୍ମୟ ବେହେରା, କାହ୍ନୁ। ପଟ୍ଟନାୟକ, ଶେକ ଅବଦୁଲ,ହୃଷିକେଶ ବେହେରା, ସମୀର ବେହେରା, ଶିବଶଙ୍କର ରଣା,ବିକାଶ ମିଶ୍ର ଉପସ୍ଥିତ ରହି ଶୋଭାଯାତ୍ରା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ