ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଙ୍କ ୪୦ତମ ଶ୍ରାଦ୍ଧ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ରଙ୍କ ୪୦ତମ ଶ୍ରାଦ୍ଧ ବାର୍ଷିକୀ ଅଵସର ରେ ରବିବାର ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ସିପିଆଇ ପକ୍ଷରୁ ବରିଷ୍ଠ କମ୍ୟୁନିଷ୍ଟ ନେତା ରାଜୀବ ଲୋଚନ ପଣ୍ଡା ଙ୍କ ପୌରହିତ୍ୟ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି, ଏହି ଅଵସର ରେ ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସହ -ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ ଜନାର୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ,ଗଞ୍ଜାମ ଜୋନାଲ ସମ୍ପାଦକ ଵି. ଦଣ୍ଡପାଣି ପାତ୍ର, ପୂର୍ଣ୍ଣଚନ୍ଦ୍ର ରଥ, ବିଶ୍ଵନାଥ ବିଶ୍ୱାଳ,ଆଇନଜୀବି ଆଦିତ୍ୟ ମିଶ୍ର ଓ କୈଳାସ ପଲାଇ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଏନ. ସୁକାନ୍ତ ଆଚାରୀ, ଏନ. ମୁନା ପାତ୍ର, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ପୂର୍ଣ୍ଣ ଗୌଡ଼, କେ. ଦେବରାଜ ରେଡ୍ଡୀ ଓ ମାଗୁଣି ବିଷୋୟୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଙ୍କ ଗୁଣଗାନ କରିଥିଲେ,ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳୀୟ ସଂଗଠନ କୁ ମଜବୁତ କରିବା ନିମନ୍ତେ ସମସ୍ତେ ସଂକଳ୍ପ ନେଇଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ