ସ୍ବଳ୍ପ ସଞ୍ଚୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ଓ ଦ୍ବିତୀୟ ପୁରସ୍କାର ବିଜେତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “AS” ସିରିଜ୍ ର ଉଠାଣ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଗତ ତା.୦୭.୦୭.୨୦୨୨ରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ଲଟେରୀ ଉଠାଣରେ ସର୍ବ ମୋଟ୍ ୨୪୨୮ ଗୋଟି ପୁରସ୍କାର ଘୋଷଣା ହୋଇଥିଲା । ପ୍ରଥମ ଓ ଦ୍ବିତୀୟ ପୁରସ୍କାର ଦୁଇଟି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗରର ଦୁଇଗୋଟି ପରିବାରକୁ ମିଳିଛି । ଯାହାକି ଗୋଟିଏ ଜିଲ୍ଲାରୁ ହିଁ ଦୁଇଜଣଙ୍କୁ ପ୍ରଥମ ଓ ଦ୍ବିତୀୟ ମିଳିବା ପ୍ରଥମ ଘଟଣା । କେ. ସୁକେସିନି ପାତ୍ର ଓ କେ. ପ୍ରଭୁକୃପା ପାତ୍ରଙ୍କୁ ପ୍ରଥମ ପୁରସ୍କାର ରାଶି ପାଞ୍ଚଲକ୍ଷ ଟଙ୍କା ମିଳିଥିବା ସ୍ଥଳେ ଦ୍ବିତୀୟ ପୁରସ୍କାରଟି ମଧ୍ୟ ସେହି କବିସୂର୍ଯ୍ୟନଗର ବ୍ଲକ୍ ର ମାନସ ଗୌଡଙ୍କୁ ତିନି ଲକ୍ଷ ଟଙ୍କା ବିଜେତା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହି ବିଜେତା ଦ୍ବୟଙ୍କୁ ବ୍ୟାଙ୍କ ଚେକ୍ ପ୍ରଦାନ କରି ସ୍ବଳ୍ପ ସଞ୍ଚୟ ଦିଗରେ ଜନ ସାଧାରଣ ଅଧିକ ବିନିଯୋଗ କରିବା ନେଇ ପ୍ରୋତ୍ସାହିତ କରିଥିଲେ । ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ଜିଲ୍ଲାରେ ସ୍ବଳ୍ପ ସଞ୍ଚୟ ଜମାକାରୀ ସଂଖ୍ୟା ବୃଦ୍ଧି କରିବା ଦିଗରେ ଏଧିକ ତତ୍ପରତା ଯୋଗୁଁ ଜିଲ୍ଲାପାଳ ଶ୍ରୀ ପରିଡା ଶ୍ରୀ ମିଶ୍ରଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗକୁ ଏହିଭଳି ଗଞ୍ଜାମ ବାସୀ ସ୍ବଳ୍ପ ସଞ୍ଚୟ ଦିଗରେ ଅଧିକ ସାମିଲ ହେବାକୁ କହିଥିଲେ । ଅଧିକ ଅପବ୍ୟୟକୁ ରୋକି ପ୍ରତ୍ୟେକ ପରିବାର ସ୍ବଳ୍ପ ସଞ୍ଚୟ ଦିଗରେ ଆକୃଷ୍ଟ ହେଲେ ସେମାନଙ୍କ ଜମା ପୁଞ୍ଜି ଆବଶ୍ୟକ ସ୍ଥଳେ ବିନିଯୋଗ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ କବି ସୂର୍ଯ୍ୟନଗରର ସ୍ବକୃତୀ ପ୍ରାପ୍ତ ପୋଷ୍ଟାଲ ଶ୍ରୀ ଅକ୍ଷୟ କୁମାର ଦାସ ସ୍ବଳ୍ପ ସଞ୍ଚୟ ବିଭାଗର ମାମାଲି ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ