ସ୍ବାଧୀନତା ଦିବସ ଅବସର ରେ କରୋନା ଯୋଦ୍ଧାଙ୍କୁ ଜିଲ୍ଲାପାଳଙ୍କ ସମ୍ମାନ
ଛତ୍ରପୁର,(ଓ୍ବାଇଏନ୍ଏସ୍): ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମ୍ମିଳୀତ ପ୍ୟାରେଡର ଅଭିବାଦନ ଗିରହଣ କରି ଜାତି ଉଦ୍ଦେଶ୍ୟରେ ଆଜି ଆମେ ୭୪ ତମ ସ୍ବାଧୀନତା ଦିବସ ପାଳନ କରୁଛେ । ଏହି ଦୀର୍ଘ ବର୍ଷ ଭିତରେ ଭାରତ ସବୁ କ୍ଷେତ୍ରରେ ଅନେକ ପ୍ରଗତି କରିଛି । ଏହି ପ୍ରଗତି ଭିତରେ ଅନେକ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡିଛି । ଗଞ୍ଜାମ ଜିଲ୍ଲା ଅନେକ ସମୟରେ ବାତ୍ୟାର ମୁକାବିଲା କରି ସଫଳତା ହାସଲ କରିଛି । ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଗ୍ରାମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ UNISCO – IOC ଦ୍ବାରା ସୁନାମୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ବୀକୃତି ପ୍ରଦାନ ପାଇଛି । ବନ୍ୟା, ବାତ୍ୟା ପରି ଅନେକ ସମସ୍ୟା ମଧ୍ୟରେ ଆଜି ଆମେ କରୋନା ଭଳି ଭୂତାଣୁ ସହିତ ମଧ୍ୟ ଲଢେଇ କରୁଛେ । ଏହି ଲଢେଇରେ ଆମେ ବିଜୟ ହାସଲ ବି କରୁଛେ । ସାରା ବିଶ୍ବରେ ଦେଖା ଦେଇଥିବା ଏହି ମହାମାରୀ ଓଡିଶାର କୋଣ ଅନୁକୋଣରେ ବ୍ୟାପୀ ଚାଲିଛି, ତା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟାପକତା ସମଗ୍ର ରାଜ୍ୟରେ ଅତ୍ୟାଧିକ ହୋଇ ଅନେକ ଧନଜୀବନ ହାନୀ ଘଟିଛି । ଏହି କରୋନା ମୁକାବିଲା ଦିଗରେ ଆମ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ କରୋନା ଯୋଦ୍ଧା ମାନଙ୍କର ଭୂମିକା ଅତି ଉଚ୍ଚକୋଟୀର । କରୋନା ରେ ଆକ୍ରାନ୍ତ ହୋଇ ଆମ ଜିଲ୍ଲାର କେତେଜଣ ନିଜ ଜୀବନ ହରାଇଛନ୍ତି ତା ସହିତ କରୋନା ଯୋଦ୍ଧା ମଧ୍ୟ ନିଜ ଜୀବନକୁ ହରାଇଛନ୍ତି । ଆଜି ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧା ମାନଙ୍କର ପରିବାର ସହିତ ଜିଲ୍ଲା ପ୍ରଶାସନ ରହିଛି ।
ଆମ ଜିଲ୍ଲାକୁ ଚାରି ଲକ୍ଷରୁ ଅଧିକ ପ୍ରବାସୀ ଫେରିଛନ୍ତି । ସେମାନଙ୍କର ସମସ୍ତ ଦାୟୀତ୍ବ ସୂଚାରୁ ରୂପେ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇ କରୋନା ସଂକ୍ରମଣକୁ ରୋକିବା ଦିଗରେ ଅହରହ ପ୍ରୟାସ ଚାଲିଛି । ଆମ ଜିଲ୍ଲାର ଡ଼କ୍ଟର, ପୋଲିସ୍, ବି ଡି ଓ, ତହସିଲଦାର, ସ୍ୱାସ୍ଥ୍ୟ କର୍ମୀ ଏଭଳି ଅନେକ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମଣର ଭୟକୁ ଖାତିର ନକରି ଜିଲ୍ଲାର ଜନ ଜୀବନକୁ ବଞ୍ଚାଇବା ଦିଗରେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଆଜି କରୋନା ସହ ଲଢିବାକୁ ହେଲେ, ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଆସନ୍ତୁ, ସମସ୍ତ ଜିଲ୍ଲାବାସୀ ଆଜିର ଦିନରେ ଶପଥ ନେବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାନିଟାଇଜେସନ୍ କରିବା, ସାମାଜିକ ଦୂରତ୍ବ ବଜାୟ ରଖିବା, ଅତି ଜରୁରୀ ନହେଲେ ଘରୁ ବାହାରକୁ ଯିବା ନାହିଁ ତେବେ ଯାଇ ଏହି ମହାମାରୀ ଲଢେଇରେ ଜିତି ପାରିବା ବୋଲି ଜଣାଇଥିଲେ . ।
ଏହି ପ୍ୟାରେଡ୍ ଟିରେ ମୁଖ୍ୟ ଅତିଥିଙ୍କ ସହିତ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରଏ ଉପସ୍ଥିତ ଥିଲେ । ପ୍ୟାରେଡ୍ଟିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋମ୍ ଗାର୍ଡ ଗଞ୍ଜାମ ମାନସ ରଞ୍ଜନ ମହାନ୍ତି ପ୍ୟାରେଡ୍ କମାଣ୍ଡ କରିଥିଲେ । ତାଙ୍କୁ ପ୍ୟାରେଡ୍ ପରିଚାଳନାରେ ସେକେଣ୍ଡ ଇନ କମାଣ୍ଡାଣ୍ଟ ସଞ୍ଜୟ କୁମାର ବାରିକ ସହଯୋଗ କରିଥିଲେ । ପ୍ୟାରେଡ୍ ପରେପରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧା ସ୍ୱର୍ଗତ ଗୌରହରି ବେହେରା, ଶିକ୍ଷକ .ଙ୍କ ସ୍ତ୍ରୀ ଶ୍ରୀମତୀ ବାସନ୍ତୀ ବେହେରା, ମଝି ଦାଣ୍ଡ ସାହି, ବାଙ୍ଗରଡା , ଆସ୍କା , ଗଂଜାମ ଏବଂ ସ୍ୱର୍ଗତ ମନୋଜ କୁମାର ପ୍ରଧାନ ପୂର୍ବତନ -ସରପଂଚ, ଙ୍କ ସ୍ତ୍ରୀ ଶ୍ରୀମତୀ ସୁନିତା ପ୍ରଧାନ ଧୁମୁଛାଇ , ବେଲଗୁଣ୍ଠା , ଭଞ୍ଜନଗରଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ପ୍ଲାଜମା ଦାନ କରିଥିବା . ଶ୍ରୀ ଗୌତମ କିସାନ – ଏସ ଡି ପି ଓ , ଛତ୍ରପୁର ଏବଂ ଶ୍ରୀ ପ୍ରିୟସ ଛୋଟରାୟ – ଆଇ ଆଇ ସି , ଛତ୍ରପୁର ପୋଲିସ ଷ୍ଟେସନ,ସହ ବିଭିନ୍ନ କୋରନା ଯୋଦ୍ଧା ଙ୍କୁ ସମ୍ମାନୀତ କରାଯାଇଥିଲା ।


