ସ୍ବାବଲମ୍ବୀ
କାହା ଆଲୁଅରେ
ବାଟ ଚାଲୁଅଛ
କେତେ ବାଟ ଯିବ ଚାଲି,
ଯେତେ ବାଟ ତୁମେ
ଚାଲି ଚାଲି ଯିବ
ସିଏ ହିଁ ଭରସା ଖାଲି ।
ଚାଲୁ ଚାଲୁ ଯେବେ
ଆଲୁଅ ଲିଭିବ
ଆଉ କି ପାରିବ ଚାଲି,
ଅଧା ବାଟ ଟାରୁ
ଫେରି ପାରିବ କି
ପଛରେ ଅନ୍ଧାର ଖାଲି ।
ଆଗରେ ଅନ୍ଧାର
ପଛରେ ଅନ୍ଧାର
ଅଧ ବାଟେ ହେଲ ଠିଆ,
ଆଲୁଅ ଲିଭିଲେ
ଆସିବା ପର୍ଯ୍ୟନ୍ତ
ଅପେକ୍ଷା କରିବ କିୟାଁ ।
ବିଚାର ତୁମର
ଉପାୟ କରିବ
ପାଟି କରି ଲାଭ ନାହିଁ,
ଆଲୁଅ ଜାଳିବ
ଅନ୍ଧାର ଟାଳିବ
ଠିଆ ହୋଇ ଲାଭ ନାହିଁ ।
କାହା ଆଲୁଅକୁ
ଭରଷା ନ କରି
ନିଜେ ଜାଳିବାକୁ ଶିଖ,
ଅନ୍ଧାର ଟଳିବ
ସମାଧାନ ହେବ
ସ୍ବାବଲମ୍ବୀ ବାଟ ଦେଖ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ