ସ୍ବାଭାବିକ ହେବ ସରକାରୀ ଦପ୍ତର

ଭୁବନେଶ୍ବର : ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ରେ କାର୍ଯ୍ୟ ସ୍ବାଭାବିକ ହେବାକୁ ଯାଉଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସମସ୍ତ କର୍ମଚାରୀ ପୂର୍ବଭଳି ଅଫିସ୍‌ ଯିବେ ବେୋଲି ବିଜ୍ଞପ୍ତିରେ କୁହାଯାଇଛି । ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଥଣ୍ଡା ଜ୍ବର ଲକ୍ଷଣ ଥିଲେ କର୍ମଚାରୀ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍‌ର କର୍ମଚାରୀ ମଧ୍ୟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ