ସ୍ବାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଡିଙ୍ଗଡା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ରାଜ ରାସ୍ତାରେ ପଡ଼ିରହିଥିଲା ଶବ ମୃତକ ହେଉଛନ୍ତି ବୁଡି ଦଳ ବେହେରା(୪୮)। ଖବର ପାଇ ସେରଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ପାରିବାରିକ କଳହରେ ସ୍ବାମୀ ଇଲାମ ଦଳବେହେରା(୫୮) ସ୍ତ୍ରୀର ସାଧାରଣ ବଚସାରୁ ସ୍ବାମୀ ନେଇଗଲା ସ୍ତ୍ରୀର ଜୀବନ ଝୀଅର ସ୍ବାସ୍ଥ୍ୟ ଖରାପ ଥିବାରୁ ମା ଚିକିତ୍ସା ପାଇଁ ହସ୍ପିଟାଲକୁ ନେବାକୁ ସ୍ବାମୀକୁ କହିଥିଲା। ଉକ୍ତ ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଗୁଡି ଉପରେ ଆକ୍ରମଣ କରିଥିଲା ସ୍ବାମୀ ଇଲାନ ଦଳବେହେରା ଭୟରେ ଘରୁ ବାହାରକୁ ଦୈାଡି ପଳାଇଥିଲେ ସ୍ତ୍ରୀ। ତାପରେ କଟୁରି ଧରି ଗୋଡାଇ ଯାଇ ରାସ୍ତା ଉପରେ ନିଜ ସ୍ତ୍ରୀକୁ ହାଣିଦେଲା ଅଭିଯୁକ୍ତ ଇଲାନ। ଘଟଣା ସମୟରେ ଉପସ୍ଥିତ ଥିବା ପୁଅ ଝିଅ ଆତଙ୍କିତ ହୋଇ ରହିଯାଇଥିଲେ ମା ରାସ୍ତା ଉପରେ ଟଳି ପଡ଼ିବା ଦେଖି ଦୈାଡି ଯାଇ ପୁଅ ଆକାଶ ଗ୍ରାମ ବାସୀଙ୍କ ସହଯୋଗ ଲୋଡିଥିଲା ହେଲେ ଗ୍ରାମବାସୀ ପହଞ୍ଚିବା ବେଳକୁ ମାଁର ପ୍ରାଣବାୟୁ ଉଡି ଯାଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ସେଠାରେ ପଡି ରହିଥିବା କଟୁରିକୁ ଜବତ କରିବା ସହ ଶବକୁ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦା । କ୍ରୋଧରେ ସ୍ତ୍ରୀର ଜୀବନ ନେଇ ଭୟରେ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଛି ଅଭିଯୁକ୍ତ। ଅଭିଯୁକ୍ତ ଇଲାନକୁ ଧରିବା ପାଇଁ ପୋଲିସ ଏବେ ଉଦ୍ୟମ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ