ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ମିଳଲା ଜାମିନ୍
ପ୍ରୟାଗରାଜ:- ପୂର୍ବତନ ଗୃହ ମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି । ଆ ଲାହାବାଦର ହାଇକୋର୍ଟ ସେମାବାର ଏହି ଜାମିନ ପ୍ରଦାନ କରିଛନ୍ତି । ସୂତନାଅନୁସାରେ ନଭେମ୍ବର ୧୬ ତାରିଖରେ ଇଲାହାବାଦର ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। କିନ୍ତୁ ହାଇକୋର୍ଟ ଏହି ରାୟକୁ ସଂରକ୍ଷିତ ରଖି ଆଜି ପ୍ରକାଶ କରିଛନ୍ତି । ଚିନ୍ମୟାନନ୍ଦଙ୍କ ନିଜ କଲେଜ ସ୍ବାମୀ ଶୁକଦେୱାନନ୍ଦ ବିଧି ମହାବିଦ୍ୟାଳରେ ପଢୁଥିବା ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।