ସ୍ବାମୀ ବିବେକାନନ୍ଦଙ୍କ ପୁନ୍ୟତିଥିରେ ରେମୁଣା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବିଶାଳ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସକାଳ ୯ ଘଟିକା ସମୟରେ ରେମୁଣା ମନ୍ଦିର ଛକ ନିକଟସ୍ଥ ହନୁମାନ କଲ୍ୟାଣ ମଣ୍ଡପରେ ସ୍ବାମୀ ବିବେକାନନ୍ଦଙ୍କ ପୁନ୍ୟତିଥି ଅବସରରେ ରେମୁଣା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହାନ୍ତଙ୍କ ନେତୃତ୍ୱରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରକୁ ବାଲେଶ୍ଵର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର,ରେମୁଣା ଲୋକପ୍ରିୟ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ। ବାଲେଶ୍ଵର ଜିଲ୍ଲାରେ ଥାଲାସିମିଆ ଏବଂ ଯକୃତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ବାଲେଶ୍ଵର ରକ୍ତ ଭଣ୍ଡାରରେ ଘୋର ରକ୍ତର ଅଭାବ ଥିବାରୁ ଏଭଳି କାର୍ଯ୍ୟକ୍ରମକୁ ମେଡିକାଲ କର୍ତ୍ତୃପକ୍ଷ ତରଫରୁ ପ୍ରଶଂସା କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ,ଗୋପୀନାଥ ସେନାପତି,ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି,ଲମ୍ବୋଦର ପ୍ରଧାନ,ବିଜେପି ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା,କୃଷ୍ଣ ଚନ୍ଦ୍ର ସାହା, ମଳୟ ବିଶ୍ବାଳ, ଭୋଳାନାଥ ପତ୍ର,ଗିରିଧାରୀ ଦାସ,ବରିଷ୍ଠ ନେତୃତ୍ୱ ଉମାକାନ୍ତ ପଣ୍ଡା,ଗଜେନ୍ଦ୍ର ସେଠୀ,ନିତାଇ ଚରଣ ନାୟକ,ମହେଶ୍ୱର ପ୍ରଧାନ,ବିକାଶ ପାଢ଼ୀ ,କାଉନସିଲର ଶିବଶଙ୍କର ରୟ, ହେମବତୀ ସେଠୀ,ଚନ୍ଦ୍ରକାନ୍ତି ପ୍ରଧାନ,ମିନାକ୍ଷୀ ବେହେରା,ଜୟନ୍ତୀ ପାତ୍ର,ଦମୟନ୍ତୀ ବାଗ,କମଲ ଲୋଚନ ପ୍ରଧାନ,ମହେଶ୍ୱର ଗିରି,ବିପିନ ଦାସ,ଶୁଭ୍ରାଂଶୁ କୁମାର ଦାସ, ଖିତିଶ ନାୟକ,ସୁବୋଧ ଚନ୍ଦ୍ର ପଣ୍ଡା,ଅମର ଜ୍ୟୋତି ପ୍ରଧାନ,ଉମାକାନ୍ତ ଜେନା,ଗିରିଶ ଚନ୍ଦ୍ର ତରେଇ,ସୃଷ୍ଟିଧର ଦାସ,ଯୁବମୋର୍ଚ୍ଚା ପଦାଧିକାରୀ ମାନସ ମହାନ୍ତି,ଆଦିତ୍ୟ ବାରିକ, ନିରଧ ମହାନ୍ତି,ଆନନ୍ଦ ଦାସ, ଦିପୁନ ଦାସ,ଅମର କୁମାର ରଣା,ସପନ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ୧୦୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବହୁ ଯୁବପିଢି ଏହି ଶିବିରରେ ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ