ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବାଉଁଶ ଲୁଣ୍ଡି ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଧୁମଧାମରେ ପାଳନ ହୋଈଛି। ବାଉଁଶ ଲୁଣ୍ଡି ସ୍ଥିତ ବିବେକାନନ୍ଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ମୟ ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଜୀବନରେ ସଫଳ ହେବାକୁ ହେଲେ ସ୍ବାମୀଜୀଙ୍କ ଆଦର୍ଶ ମୂଲ୍ୟ ବୋଧକୁ ଆପଣାଇବା କୁ ପରାମର୍ଶ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ନାଚ ଗୀତ ମାଧ୍ୟମରେ ସ୍ବାମୀ ଜୀ ଙ୍କ ଗୁଣଗାନ କରିଥିଲେ। କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କହିଥିଲେ ଯେ ବର୍ତ୍ତମାନ ସମୟ ରେ ସମାଜ ରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥିମାନେ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣ କୁ ସମାଜ ଆଗରେ ପରିପ୍ରକାଶ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ।ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିରବିଛିନ୍ନ ଶିକ୍ଷା ସେବା ଯୋଗାଈ ଦେଇଥିବା ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ