ସ୍ବାମୀ ମୁକୁନ୍ଦାନନ୍ଦ ଜୀଙ୍କ ପାରଳାଖେମୁଣ୍ଡି ଗସ୍ତରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ବାମୀ ମୁକୁନ୍ଦାନନ୍ଦ ଜୀ ଭାରତ ବର୍ଷର ଜଣେ ବିଶ୍ଵ ବିଖ୍ୟାତ ଆଧ୍ୟାତ୍ମିକ ଶିକ୍ଷକ ତଥା ଜଗଦଗୁରୁ ଶ୍ରୀକୃପଳୁ ଜୀ ମହାରାଜଙ୍କ ବିଶିଷ୍ଟ ପ୍ରଚାରକ। ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ପଦାର୍ପଣ କରି ପ୍ରଥମ ଦିବସରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅଦ୍ୱିତୀୟ ଭଗବଦୀୟ ପ୍ରବଚନ ଏବଂ ରସମୟ ସଂକୀର୍ତ୍ତନ ମାଧ୍ୟମରେ ଆନନ୍ଦ ପ୍ରାପ୍ତିର ସୋପାନ ଗୁଡ଼ିକ ନଗରବସୀଙ୍କୁ ଆଲୋକପାତ କରିଥିଲେ ।ଦ୍ବିତୀୟ ଦିବସରେ ସକାଳୁ ରାଧାଗୋବିନ୍ଦ ଧାମ ଠାରେ ସତସଙ୍ଗୀମାନକୁ ପ୍ରବଚନ ମାଧ୍ୟମରେ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆଗକୁ ନେବାପାଇଁ ବୁଝାଇଥିଲେ । ସେଠାରୁ ଦ୍ବିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଗୁଣୁପୁର ଗସ୍ତରେ ବାହାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ