ସ୍ବାର୍ଥପର ପାର୍ଟନରଙ୍କ ଲକ୍ଷଣ

ପ୍ରେମ ଅନ୍ଧ ହୋଇଥାଏ ବୋଲି ଆପଣ ବହୁତ ଥର ଶୁଣିଥିବେ, ହେଲେ ଆଜିର ଯୁଗରେ ଆଉ ଅନ୍ଧ ଭାବେ ଚାଲିବା ଉଚିତ ନୁହେଁ। ଭଲ ଭାବେ ଦେଖି, ଜାଣି ଓ ପରଖି ପ୍ରେମରେ ପଡ଼ିବା ଉଚିତ। କାରଣ ପ୍ରେମ ନାମରେ ଧୋକା ଦେଉଥିବା ଲୋକେ ଏବେ ବହୁତ ମାତ୍ରାରେ ଦେଖିବାକୁ ମିଳୁଛନ୍ତି, ଯେଉଁମାନେ ନିରୀହ ଲୋକଙ୍କୁ ନିଜ ଟାର୍ଗେଟ୍‌ କରୁଛନ୍ତି। ବିଶେଷକରି ଅନେକେ ବୁଝି ପାରି ନ ଥାନ୍ତି ଯେ ତାଙ୍କ ପାର୍ଟନର ତାଙ୍କ ଭାବନା ସହିତ ଖେଳୁଛନ୍ତି। କିନ୍ତୁ ସ୍ବାର୍ଥପର ପାର୍ଟନର ତାଙ୍କୁ ଦୁଃଖ ଦେବାରେ ଆଦୌ ସଙ୍କୋଚ କରନ୍ତି ନାହିଁ। ଏଠାରେ ସ୍ବାର୍ଥପର ପାର୍ଟନରଙ୍କ ଏମିତି କେତେକ ଲକ୍ଷଣ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କ ପାର୍ଟନର ସ୍ବାର୍ଥପର କି ନୁହଁ।
ସବୁବେଳେ ନିଜ କଥା ମନାଇବା : ଯଦି ଆପଣଙ୍କ ପାର୍ଟନର ପ୍ରତ୍ୟେକ ନିଷ୍ପତ୍ତି ନିଜ ଇଚ୍ଛା ଅନୁସାରେ ନେଉଛନ୍ତି ଓ ଆପଣଙ୍କ କଥା ଆଦୌ ଶୁଣୁ ନାହାନ୍ତି, ତେବେ ବୁଝି ଯାଆନ୍ତୁ ସେ ଆପଣଙ୍କ ଫାଇଦା ଉଠାଉଛନ୍ତି। ଯଦି ଆପଣ ଏଭଳି ସାଥୀଙ୍କ ସହିତ ଅଛନ୍ତି, ଯିଏ ଆପଣଙ୍କ ସମୟ ଓ ଭାବନାକୁ ଆଦୌ ସମ୍ମାନ ଦେଉ ନାହାନ୍ତି, ତେବେ ତୁରନ୍ତ କୌଣସି ପଦକ୍ଷେପ ନିଅନ୍ତୁ।
ପ୍ରତ୍ୟେକ କଥାରେ ନକାରାତ୍ମକ ଚିନ୍ତାଧାରା : ବିଶେଷଜ୍ଞଙ୍କ କହିବାନୁସାରେ କୌଣସି ସମ୍ପର୍କରେ ଯଦି ସାଥୀ ସବୁବେଳେ ନକାରାତ୍ମକ ଚିନ୍ତାଧାରା ରଖୁଛନ୍ତି, ତେବେ ଏହାର ଅର୍ଥ ହେଲା ଏହି ସମ୍ପର୍କ ଅସଫଳ ହେବ। ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସମାଲୋଚନା କରନ୍ତି କିମ୍ବା ଆପଣଙ୍କୁ ନକାରାତ୍ମକ ପରାମର୍ଶ ଦେଉଛନ୍ତି, ତେବେ ଆପଣଙ୍କ ପାର୍ଟନର ସ୍ବାର୍ଥପର ଅଟନ୍ତି।
ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା ନ କରିବା : ପାର୍ଟନରଙ୍କ ମଧ୍ୟରେ ଲଢ଼େଇ ଝଗଡ଼ା ସାଧାରଣ କଥା। କିନ୍ତୁ ଏହାର ସମାଧାନ ଏକାଠି ବସି ପ୍ରେମର ସହ କରିପାରିବେ। ଯଦି ଆପଣଙ୍କ ପାର୍ଟନର ତାଙ୍କ ତରଫରୁ କୌଣସି ପଦକ୍ଷେପ ନେଉ ନାହାନ୍ତି, ତେବେ ସମ୍ପର୍କ ଭାଙ୍ଗିବା ସହିତ ସମାନ। ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ସମୟ, ଟଙ୍କା ଓ ଶକ୍ତି କେବଳ ଆପଣଙ୍କ ତରଫରୁ ଖର୍ଚ୍ଚ ହେଉଥିଲେ, ଜାଣି ନିଅନ୍ତୁ ଆପଣ ଭୁଲ୍‌ ସାଥୀଙ୍କ ସହିତ ଅଛନ୍ତି।
ଆପଣଙ୍କ ସାମ୍ନାରେ ଅନ୍ୟକୁ ଫ୍ଲର୍ଟ କରିବା : ଯଦି ଆପଣଙ୍କ ପାର୍ଟନର ଆପଣଙ୍କ କୌଣସି ବାନ୍ଧବୀ କିମ୍ବା ଅନ୍ୟ କୌଣସି ଝିଅ ସହିତ ଫ୍ଲର୍ଟ କରୁଛନ୍ତି, ଏହାର ସିଧାସଳଖ ଅର୍ଥ ହେଲା ସେ ଆପଣଙ୍କୁ ଧୋକା ଦେଉଛନ୍ତି। ସ୍ବାର୍ଥପର ପାର୍ଟନର ଆପଣଙ୍କ ସମ୍ପର୍କର ମୂଲ୍ୟ ନ ବୁଝି ଅନ୍ୟ ଝିଅଙ୍କ ସହିତ ଫ୍ଲର୍ଟିଂ କରିବାରେ ନିଜ ସମୟ ନଷ୍ଟ କରୁଛନ୍ତି।
କଥାବାର୍ତ୍ତା ନ ହେବାର ବାହାନା : ଯଦି ଆପଣ ପାର୍ଟନରଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ଖୋଜୁଛନ୍ତି, କିନ୍ତୁ ସେ ଆପଣଙ୍କୁ ସାକ୍ଷାତ କରିବାକୁ ଆସୁ ନାହାନ୍ତି କିମ୍ବା କଥା ନ ହେବା ଲାଗି ବାହାନା ଖୋଜୁଛନ୍ତି, ତେବେ ବୁଝି ଯାଆନ୍ତୁ ଆପଣ ସ୍ବାର୍ଥପର ପାର୍ଟନରଙ୍କ ସହ ସମ୍ପର୍କରେ ବାନ୍ଧି ହୋଇଛନ୍ତି। ଏକଥା ସତ ଯେ ବ୍ୟସ୍ତତା ପାଇଁ କାହାକୁ ସମୟ ଦେଇ ନ ପାରିବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ।
କଥା କଥାରେ ସମ୍ପର୍କ ଭାଙ୍ଗିବା ଧମକ : କୌଣସି ବି କଥା ହେଉ ବା ଛୋଟ ମୋଟ ଲଢ଼େଇରେ ଯଦି ଆପଣଙ୍କ ପାର୍ଟନର ବାରମ୍ବାର ଆପଣଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ଧମକ ଦେଉଛନ୍ତି, ତେବେ ବୁଝି ଯାଆନ୍ତୁ ସେ ଆପଣଙ୍କ ସହ ବୋର୍‌ ହୋଇଗଲେଣି। କେବଳ ନିଜ ସ୍ବାର୍ଥ ପାଇଁ ସେ ଆପଣଙ୍କ ସହ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ