ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଶ୍ରୀପଡ଼ା ଠାରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହିଳା ସ୍ବାସ୍ଥ୍ୟ କର୍ମୀ ଝିଲି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବଚ୍ଛତା କାର୍ୟ୍ୟକ୍ରମରେ ସ୍ଵାତୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ହରି ଶଙ୍କର ରାଉତ , କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ବିଶ୍ୱଜିତ୍ ପାଢ଼ୀ,ସ୍ଵାତୀ ଅନୁଷ୍ଠାନର କର୍ମୀ ସୀତା ରଣା ,ନମିତା କହଁର,ପ୍ରସୂତି ଯାନରେ କାର୍ୟ୍ୟରତ ମହିଳା ସ୍ବାସ୍ଥ୍ୟ କର୍ମୀ ସସ୍ମିତା ନାୟକ, ପ୍ରିୟ ଦର୍ଶିନି ଦିଗାଲ୍,ସୁନୀତା କହଁର, ବିବିସ୍ମିତା ଦେହୁରୀଙ୍କ ସହ ଆଶାକର୍ମୀ ଗ୍ରାମବାସୀ କାର୍ୟ୍ୟକ୍ରମରେ ସାମିଲ୍ ଥିଲେ। କାର୍ୟ୍ୟକ୍ରମରେ ଅଙ୍ଗନୱାଡ଼ି କେନ୍ଦ୍ର, ଏ ଏନ୍ ଏମ୍ କେନ୍ଦ୍ର , ନଳକୂପ, ଗ୍ରାମ ରାସ୍ତା ଗୁଡ଼ିକ ସଫା କରିବା ସହ ଜନସାଧାରଣଙ୍କୁ ସଚେତନ ସ୍ବଚ୍ଛତା ବାର୍ତ୍ତା ଦିଆ ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ