ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାଦା ପାନମସଲା

ସାଦା ପାନମସଲା କୁହାଯାଉଥିବା ପୁଡିଆରେ ଅନଡାଇଲୁଟେଡ ହାଇଡ୍ରୋକ୍ଳରିକ ଏସିଡ, ଟୋଟାଲଏସ,ଏସ ଇନସଲ୍ୟୁବଲ, ମ୍ୟାଗ୍ନେସିୟମ କାର୍ବୋନେଟ, ଟବାକୋ ସ୍ପେସିଫିକଏନ ନାଇଟିରୋସେମାଇନ୍ସ, ସୀସା ଏବଂ ତମ୍ବା ପରି ଭାରି ଧାତୁର ମିଶ୍ରଣ ହୋଇଥାଏ। ଗୁଟ୍‌ଖା ଓ ଟବାକୋରେ ଭାରି ମାତ୍ରାରେ ନିକୋଟିନ, କାର୍ବନ ମନୋକ୍‌ସାଇଡ ଆର୍ସେନିକ, ଆମୋନିଆ, ମିଥାନଲ, କାଡମିୟମ, ବ୍ୟୁଟେନ ଓ ଓ ଷ୍ଟିୟରିକ ଏସିଡ ପ୍ରମୁଖ ତତ୍ତ୍ବ ରହିଥାଏ, ଯାହାକି କର୍କଟ ରୋଗର କାରଣ ହୋଇଥାଏ। ବିପଜ୍ଜନକ କେମିକାଲରୁ ତିଆରି ପାନମସଲା ପୁରୁଷଙ୍କୁ ନଂପୁସକ କରିଦେଇଥାଏ। ଉଚ୍ଚ ରକ୍ତଚାପ, ହୃଦ୍‌ଗତି ବୃଦ୍ଧି, ହୃଦଘାତ, ବ୍ୟସ୍ତ ବିବ୍ରତ ହୋଇଯିବା, ମୁଣ୍ଡ ବୁଲାଇବା ଏବଂ ଛାତି ଯନ୍ତ୍ରଣାର କାରଣ ମଧ୍ୟ ଏହି ପାନମସଲା। ଭାରତୀୟ ଚିକିତ୍ସା ଗବେଷଣା ସଂସ୍ଥାର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାନମସଲାରେ ଜୀବନ ହାନି କାରକ କେମିକାଲ ପାଟି ଭିତରର କୋମଳ ତ୍ୱଚା ଉପରେ ପ୍ରଭାବ ପକାଏ। କେତେକଙ୍କୁ ଶୀଘ୍ର ତ ଆଉ କେତେକଙ୍କୁ ବିଳମ୍ବରେ ଏହାର ପ୍ରଭାବ ଜଣାପଡେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ