ସ୍ବାୟତ୍ତଶାସନ ଦିବସ ପାଳିତ

ନୟାଗଡ ଜିଲ୍ଲା ପୌର ପରିଷଦ କାଯ୍ୟାଳୟ ପରିସରେ ସ୍ବାୟତ୍ତଶାସନ ଦିବସ ବହୁଆଳମ୍ବରେ ପାଳିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ନୟାଗଡ ସହରର ବିକାଶ ନିମନ୍ତେ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଭିଡିଓ କନଫରେନସି ମାଧ୍ୟମରେ ୩ କୋଟି ୮୦ ଲକ୍ଷ ଟଙ୍କା ମଞ୍ଚୁର କରିଛନ୍ତି । ଅନ୍ୟପଟେ ପୌର ପରିଷଦ ପକ୍ଷରୁ ୨୦୦ ଜଣ ଭୂମି ହୀନ ଙ୍କୁ ପଟା ବଣ୍ଟନ ସହ ୨୧୬ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରପାଇଁ ଅଧ୍ୟାଦେଶ ବଣ୍ଟନ କରାଯାଇଛି । ମୁନସିପାଲଟି କାଯ୍ୟ ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଟିତ କାଯ୍ୟକ୍ରମରେ ଏସପି ,ପ୍ରକଲ୍ପ ନିର୍ଦେଶକ,ଡିଏଫଓ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ ସହରର ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ସହରର ସମସ୍ତ ବସ୍ତି ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ