ସ୍ବେଚ୍ଛାସେବୀ’ଙ୍କ ପକ୍ଷରୁ ଖଡିଆ ମାନଙ୍କୁ କମ୍ବଳ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତ ର ଡିବାକୋଚା ଓ ବଳଗୋଡା ଏବଂ ଅସନା ଗ୍ରାମ ପଞ୍ଚାୟତ ପଟକାଡିହି ନିକଟସ୍ଥ ରାଘାକୋଚା ଓ ଏଦେଲକୋଚା ରେ ଖଡିଆ ଜନଜାତିର ଲୋକଙ୍କୁ ସ୍ବେଚ୍ଛାସେବୀ’ଙ୍କ ପକ୍ଷରୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଇଛି।ସାମ୍ବାଦିକ ବସନ୍ତ ସାଣ୍ଡିଲ, ସମାଜସେବୀ ରାଜେଶ ବିନ୍ଧାଣୀ, ମାନବଧିକାର କର୍ମି ପିତାମ୍ବର ମୁର୍ମୁ, ଅଧ୍ୟାପକ ଚନ୍ଦ୍ରଶେଖର ତ୍ରୀପାଠୀ, ଶିକ୍ଷକ ସୌମ୍ୟରଞ୍ଜନ ନାୟକ ଓ ଡା. ହିଟଲର ମୁର୍ମୁ’ଙ୍କ ଏକ ସ୍ବେଚ୍ଛାସେବୀ ଦଳ ବ୍ୟକ୍ତିଗତ ଉଦ୍ୟମରେ ବଣ ପାହାଡ ଘେରା ଅପହଞ୍ଚ ଅଞ୍ଚଳରେ ଅଭାବ ଅନଟନ ମଧ୍ୟରେ ବସବାସ କରୁଥିବା ଖଡିଆ ଜନଜାତିର ଲୋକଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରି ତାଙ୍କ ଦୁଃଖ ଲାଘବ କରିବାକୁ ପ୍ରୟାସ କରିଛନ୍ତି। ୨୦୨୧’ କରୋନା ମହାମାରୀ ପ୍ରକୋପ ପରେପରେ ସାମ୍ବାଦିକ ଶ୍ରୀ ସାଣ୍ଡିଲ ଓ ସମାଜସେବୀ ରାଜେଶ ବିନ୍ଧାଣୀ ଦୂର୍ଗମ ବଣ ପାହାଡ ଉପରେ ବସବାସ କରୁଥିବା ଯଶିପୁର ଗ୍ରାମପଞ୍ଚାୟତ ଅସୁରଘାଟୀ ଗ୍ରାମର ପଡାଗ୍ରାମ ଡିବାକୋଚା ବସତିର ଖଡିଆ ଜନଜାତି ଲୋକଙ୍କ ଜୀବନ ଶୈଳୀ ତଥା ସମସ୍ୟା ଉପରେ ଖବର ସଂଗ୍ରହ କରିବାକୁ ଯାଇ ବଭିନ୍ନ ପ୍ରକାର ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବା ଜାଣିବାକୁ ପାଇଥିଲେ। ଏନେଇ ଖବର ପ୍ରକାଶିତ କରିବା ସହିତ ବ୍ଲକ ଉନ୍ନୟନ ଅଧିକାରୀ’ଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ରାଇରଙ୍ଗପୁର ଉପଖଣ୍ଡ ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି’ଙ୍କ ସହ ଡିବାକୋଚା ବସତି ଗସ୍ତ କରି ଜିଲ୍ଲାପାଳ ତଥା ରାଜ୍ୟ ସରକାର’ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏଠାରେ ରାଜ୍ୟ ସରକାରଙ୍କ ପ୍ରକଳ୍ପରେ ବହଳଦା ବ୍ଲକରୁ ୧୦’ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟରେ ରାସ୍ତା ନିର୍ମାଣ ଓ ୧୦’ ଲକ୍ଷ ଟଙ୍କାର ଅଟକଳ ଜଳାଶୟ ନିର୍ମାଣ ପ୍ରକଳ୍ପ ମଞ୍ଜୁର ହେବା ସହିତ ପାନୀୟଜଳ ପାଇଁ ବ୍ୟବହାର କରାଯାଉଥିବା ଚୂଆ (କୂଅ) ର ଉନ୍ନତ୍ତି କରଣ କରାଯାଇଛି। ହେଲେ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ଓ ପୋଖରି ଖୋଳା କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି।ତେବେ ଶୀତ ଦିନରେ ସେମାନଙ୍କୁ କମ୍ବଳ ଯୋଗାଇଦେବା ନିମନ୍ତେ ଜାମଦା ସ୍ଥିତ ସହିଦ୍ ବିର୍ଷା ମୁଣ୍ଡା କଲେଜ ଅଧ୍ୟାପକ ଚନ୍ଦ୍ରଶେଖର ତ୍ରୀପାଠି ଓ ବହଳଦା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସୋମ୍ୟରଞ୍ଜନ ନାୟକ ସହାୟତା ଯୋଗାଇବାକୁ ଆଗେଇ ଆସିଥିଲେ। ଏବଂ ଯଶିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିବାକୋଚା, ଭାତରାମଦା ପଞ୍ଚାୟତ ଭିତରାମଦା ହିଲ୍ ଓ ଅସନା ଗ୍ରାମପଞ୍ଚାୟତ ଆମଡା ସଂଘା ବସତିରେ ଖଡିଆ ଜନଜାତି ର ଲୋକଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଥିଲା। ଚଳିତ ବର୍ଷ ଜାମଦା ବ୍ଲକ ର ମାଟିଆଳିରେ କାର୍ଯ୍ୟରତ ହୋମିଓପ୍ୟାଥି ଚିକିତ୍ସାଧିକାରୀ ଡାକ୍ତର ହିଟଲର ମୁର୍ମୁ ଉକ୍ତ ସ୍ବେଚ୍ଛାସାବୀ’ଙ୍କ ଦଳରେ ଯୋଗ ଦେଇ ସହାୟତାର ହାତ ବଢାଇଥିବାବେଳେ ଚଳିତ ବର୍ଷ ଜାନୁଆରୀ ୦୮’ ତାରିଖ ରବିବାର ଦିନ ଯଶିପୁର ଗ୍ରାମପଞ୍ଚାୟତ ର ଡିବାକୋଚା ଓ ବଳଗୋଡା ତଥା ଅସନା ଗ୍ରାମପଞ୍ଚାୟତ ର ପୋଟକାଡିହି ଗ୍ରାମ ନିକଟସ୍ଥ ରାଘାକୋଚା, ଏଦେଲକୋଚା ଓ ଡୁଙ୍ଗରୀସାହି ର ଖଡିଆ ଜନଜାତି ର ଲୋକଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଇଛି। ବଣ୍ଟନ ଓ ସର୍ବେକ୍ଷଣ ବେଳେ ସାମ୍ବାଦିକ ବାରିଆଳ ହେମ୍ବ୍ରମ ଓ ସାମ୍ବାଦିକ ଛୋଟରାୟ ମୁର୍ମୁ ସହାୟତା ପ୍ରଦାନ କରିଥିଲେ। ସ୍ବେଚ୍ଛାସେବୀ’ଙ୍କ ଏପରି ନିସ୍ବାର୍ଥପର ସେବାକାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।


