ସ୍ବେଚ୍ଛାସେବୀ ଅନୁଷ୍ଠାନ ଟ୍ରି ଫାଉଣ୍ଡେସନ ତରଫରୁ ପରିବେଶ ଦିବସ ପାଳିତ
ଶେରଗଡ, (ଦେବୀ ପ୍ରସାଦ ଦାଶ):ସ୍ବେଚ୍ଛାସେବୀ ଅନୁଷ୍ଠାନ ଟ୍ରି ଫାଉଣ୍ଡେସନ ତରଫରୁ ବିଜୁପଟ୍ଟନାୟକ ଜୁନିୟର କଲେଜ ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି ଉକ୍ତ ପରିବେଶ ଦିବସ କାର୍ଯ୍ୟକ୍ରମକୁ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ପିଜୁଳି,ଟଗର ତଥା ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା ଅନୁଷ୍ଠାନର ସମ୍ପାଦକ ନିରାକାର ବିଷୋୟୀ ଯୋଗଦେଇ କହିଥିଲେ ଯେ ବିଭିନ୍ନ ଜାଗାରେ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କରାଯିବ ଓ ତାର ସୁରକ୍ଷା କିପରି ହେବ ସେ ବିଷୟରେ ସଚେତନ କରିଥିଲେ ।ଏହି ଅବସରରେ ବିଜୁପଟ୍ଟନାୟକ ଜୁନିୟର କଲେଜ ର ଅଧ୍ୟକ୍ଷ ତଥା ଆଇନଜୀବୀ ଗୌରହରି ବିଷୋୟୀ ମତବ୍ୟକ୍ତ କରିଥିଲେ କି ବୃକ୍ଷ ହିଁ ଜୀବନ ତଥା ସମସ୍ତେ ନିଜ ନିଜ ସ୍ତରରେ ବୃକ୍ଷରୋପଣ କରିବା ସହିତ ସଚେତନ ହେବା ଆବଶ୍ୟକ ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ପ୍ରଧାନ, କେଶବ କୁମାର ଡାକୁଆ, ସନ୍ତୋଷ ବେହେରା, ବଳଭଦ୍ର ଦାଶ,ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ