ସ୍ବେଛାସେବୀ ସଂଗଠନ ପକ୍ଷରୁ ସତ୍ୟପ୍ରିୟଙ୍କୁ ହ୍ବିଲ ଚେୟାର ପ୍ରଦାନ

ନିମାପଡ଼ା, (ସନ୍ତୋଷ କୁମାର ଦାଶ) :ପୁରୀ ଜିଲ୍ଲା ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ସତ୍ୟପ୍ରିୟ ପ୍ରଧାନ ଙ୍କୁ ନିମାପଡ଼ା ସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ହ୍ବିଲ ଚେୟାର ପ୍ରଦାନ ସହିତ ଔଷଧ ପ୍ରଦାନ କରାଯାଇଛି ।ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୀର୍ଘ ଦିନ ଧରି ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ଅସ୍ଥାୟୀ ଭାବେ କାର୍ଯ୍ୟ କରି ଆସୁଥିଲେ । ହଠାତ ତାଙ୍କର ଦେହ ଖରାପ ହୋଇ ବ୍ରେନ ଷ୍ଟ୍ରୋକ ହୋଇଥିଲା । ଯାହା ଫଳରେ ଦୁଇ ମାସରୁ ଉର୍ଦ୍ଧ ସମୟ ହେବ କାର୍ଯ୍ୟ କରି ନ ପାରି ସେ ଘରେ ଶଯ୍ୟା ରେ ପଡ଼ି ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କ ରେ ଖବର ପାଇ ନିମାପଡ଼ା ର ସ୍ବେଛାସେବୀ ସଂଗଠନ ହେଲ୍ପ ପର ନିଡ଼ ଟ୍ରଷ୍ଟର ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ନେତୃତ୍ବରେ ଏକ ଦଳ ନିକଟସ୍ଥ ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ଜୁଣୁପୁର ଗ୍ରାମ ର ସତ୍ୟପ୍ରିୟ ପ୍ରଧାନ ଙ୍କ ବାସ ଭବନରେ ପହଞ୍ଚି ତାଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହିତ ଅସହାୟ ଅବସ୍ଥାରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଧାନଙ୍କୁ ଏକ ହୁଇଲ ଚେୟାର ସହିତ କିଛି ଔଷଧ ପ୍ରଦାନ କରିଥିଲେ। ପ୍ରଧାନ ପରିବାରର ଏକମାତ୍ର ରୋଜଗାର କ୍ଷମ ହୋଇ ଥିବାରୁ ତାଙ୍କ ପରିବାର ଏବେ ଦୁଃଖ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି। ସ୍ବେଛାସେବୀ ସଂଗଠନ ର ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ଉପସଭାପତି ଦିପୁ ରଞ୍ଜନ ନାୟକ, ସମ୍ପାଦକ ଦୀପକ ବରାଳ, ସ‌ହ ସମ୍ପାଦକ ମନୋଜ ବାରିକ, କୋଷାଧ୍ୟକ୍ଷ ରଞ୍ଜିତ ପରିଡା ଙ୍କ ସହିତ ସଭ୍ୟ ଚିତ୍ରସେନ ସାହୁ, ରାଜେଶ ସାହୁ, ମାନସ ଭଟ୍ଟ, ବିକାଶ ଭଟ୍ଟ, ଦିଲୀପ ସାହୁ, ଚନ୍ଦନ ବରାଳ, ରାଜେଶ ଦାସ, ସୁଶୀଲ ରାଉତ ରାଉତ ପ୍ରମୁଖ ଉପସ୍ଥିତ ପ୍ରଧାନଙ୍କ ବାସଭବନକୁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ