ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ହରିଦାସପୁର- ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ ପୈାରସଂସ୍ଥା ପରିଚାଳିତ ଦୃଷ୍ଟିହୀନ ବିଦ୍ୟାଳୟକୁ ଯାଇଥିବା ବେଳେ ସମାଜସେବୀ ସମୀର କୁମାର ଚାନ୍ଦ ସେଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରାୟ ଦୁଇବର୍ଷରୁ ଉର୍ଦ୍ଧ୍ୱ ହେବ ଉପରୋକ୍ତ ରେଳପଥ ଦ୍ୱାରା କେନ୍ଦ୍ରାପଡାକୁ ସଂଯୋଗ କରାଯାଇଥିବା ବେଳେ ସେହି ରେଳପଥ ଦେଇ ଏପର୍ଯ୍ୟନ୍ତ କୈାଣସି ଯାତ୍ରୀବାହୀ ରେଳ ଚଳାଚଳ କରି ନାହିଁ । ଫଳରେ କେନ୍ଦ୍ରାପଡାର ଜନସାଧାରଣ ଏହି ରେଳପଥର କୈାଣସି ସୁଫଳ ପାଇପାରୁ ନାହାନ୍ତି କି ସେମାନଙ୍କ ଆର୍ଥିକ ବିକାଶରେ ଏହି ରେଳପଥ ସହାୟକ ହୋଇପାରିନାହିଁ । ତେଣୁ କେନ୍ଦ୍ରାପଡା ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଇ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦେଶ ପ୍ରଦାନ କରିବାକୁ ସମାଜସେବୀ ଶ୍ରୀ ଚାନ୍ଦ ରାଜ୍ୟପାଳଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ