ସ୍ମାର୍ଟଫୋନ୍ରେ ରହିଛି ଏ ସବୁ ସୁବିଧା

ଆଜିକାଲି ଆମେ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛେ । ଏହି ଫୋନ ସମ୍ପର୍କରେ ଅଧିକାଂଶ ଲୋକଙ୍କର ଧାରଣା କମ୍ । ହେଲେ ଆପଣ ନିହାତି ଜାଣିବା ଦରକାର ଯେ ଏଥିରେ କେଉଁସବୁ ବିଶେଷ ସୁବିଧା ଅଛି ।
ଯଦି ଆପଣ କେବଳ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କ କଲ ଆଟେଣ୍ଡ କରିବାକୁ ଚାହାଁନ୍ତି, ତେବେ ସ୍ମାର୍ଟଫୋନରେ ଥିବା ‘ପ୍ରାୟୋରିଟି ଓନିଲି’ ମୋଡକୁ ଯାଇ ସେଟ୍ କରାନ୍ତୁ ।
ଯଦି ଆପଣ ନିଜର ସ୍ମାର୍ଟଫୋନକୁ ଅନ୍ଲକ୍ କରିବାରେ ଅସୁବିଧା ଭୋଗୁଛନ୍ତି ତେବେ ଏଥିରେ ଥିବା ସ୍ମାର୍ଟ ଲକ ଜରିଆରେ ଖୋଲନ୍ତୁ । ଏହା ଏକ ସ୍ୱୟଂ ଚାଳିତ ପ୍ରକ୍ରିୟା ।
ଯଦି ଆପଣ ନିଜର ହାର୍ଟରେଟ ମାପିବାକୁ ଚାହାଁନ୍ତି ତେବେ ସ୍ମାର୍ଟଫୋନର ପ୍ଲେ ଷ୍ଟୋରକୁ ଯାଇ ଇନଷ୍ଟାଣ୍ଟ ହାର୍ଟ ରେଟ୍ ଇନଷ୍ଟଲ କରନ୍ତୁ ।
ଯଦି ଆପଣଙ୍କର ଦୃଷ୍ଟି ଶକ୍ତି କମ ତେବେ ଆପଣ ସ୍ମାର୍ଟଫୋନରେ ଥିବା ସ୍କ୍ରିନ ମାଗ୍ନିଫାୟାର ଉପଯୋଗ କରିପାରିବେ ।
ଠିକ୍ ସେହିପରି ରାତିରେ କମ୍ ଆଲୋକରେ ଭଲ ଭାବେ ମୋବାଇଲ ମେସେଜ ପଢ଼ିବାକୁ ଚାହୁଁଥିଲେ ଏଥିରେ ଥିବା କଲର ଇନଭର୍ସନକୁ ସେଟ୍ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ