ସ୍ମାର୍ଟଫୋନ୍ କରିବ ଅଲଟ୍ରାସାଉଣ୍ଡ

ସାଧାରଣତଃ ଅଲଟ୍ରାସାଉଣ୍ଡ କରିବା ପାଇଁ ସ୍ୱତନ୍ତ୍ର ମେସିନ୍ର ଆବଶ୍ୟକତା ପଡ଼ିଥାଏ । ସେଥିରୁ ନିର୍ଗତ ଅଲଟ୍ରାସାଉଣ୍ଡ ସ୍କାନର୍ସ ପାଇଜାଇଲେକ୍ଟିକ କ୍ରିଷ୍ଟାଲ ରଶ୍ମୀ ଶରୀର ମଧ୍ୟରେ ପ୍ରବେଶ କରି ଭିତରର ଦୃଶ୍ୟକୁ ସ୍ପଷ୍ଟଭାବେ ଦେଖିବାରେ ସାହାଯ୍ୟ କରିଥାଏ । ଫଳରେ ଡାକ୍ତରଙ୍କୁ ରୋଗ ଚିହ୍ନିବା ସହଜ ହୋଇଥାଏ । ମାତ୍ର ସେହି ମେସିନ୍ଗୁଡ଼ିକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେବା ବ୍ୟୟବହୁଳ ଏବଂ କଷ୍ଟସାଧ୍ୟ ହୋଇଥାଏ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୟୁନିଭର୍ସିଟି ଅଫ୍ ବ୍ରିଟିଶ୍ କଲମ୍ବିଆ (ୟୁବିସି)ର ଇଞ୍ଜିନିୟରମାନେ ଏକ ନୂତନ ଧରଣର ଅଲଟ୍ରାସାଉଣ୍ଡ ମେସିନ୍ ତିଆରି କରିଛନ୍ତି, ଯାହା ସ୍ମାର୍ଟଫୋନ୍ ଦ୍ୱାରା ପରିଚାଳିତ ହେବ । ଏହାକୁ ସହଜରେ ନେବା ଆଣିବା ମଧ୍ୟ କରିହେବ । ସ୍ମାର୍ଟଫୋନ୍ରେ ଅଲଟ୍ରାସାଉଣ୍ଡର ଏହି ଆପ୍କୁ ଇନ୍ଷ୍ଟଲ୍ କରିବା ପରେ ଅଲଟ୍ରାସାଉଣ୍ଡର ଭିଡିଓ ଫୋନ୍ରେ ଦୃଶ୍ୟମାନ ହେବ । ଫଳରେ ଇଲେକ୍ଟ୍ରି ବିଲ୍ ବଞ୍ôଚବା ସହ ଖୁବ୍ କମ୍ ସମୟରେ ମଧ୍ୟ ରୋଗ ସମ୍ବନ୍ଧୀୟ ରିପୋର୍ଟ ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ