ସ୍ମାର୍ଟସ୍କୁଲ କାର୍ଯ୍ୟ ଅନୁଧ୍ୟାନ କଲେ କନ୍ଧମାଳ ଜିଲ୍ଲାପାଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବୁଡାଗୁଡ଼ା ହାଇସ୍କୁଲର ସ୍ମାର୍ଟସ୍କୁଲ କାର୍ଯ୍ୟ ଅନୁଧ୍ୟାନ କଲେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡ଼ି । ଜିଲ୍ଲାପାଳ ପ୍ରଥମେ ବୁଡାଗୁଡା ହାଇସ୍କୁଲ ଯାଇ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହାପରେ ସିମନବାଡ଼ି ହାଇସ୍କୁଲ ଯାଇ ସ୍ମାର୍ଟ ସ୍କୁଲ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । କାର୍ଜ୍ୟ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଦାରିଙ୍ଗବାଡ଼ି ବିଡ଼ିଓ କଳାକୃଷ୍ଣ ପ୍ରଧାନ, ସହକାରୀ ଯନ୍ତ୍ରୀ ବବୃବାହନ ବେହେରା, କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠି, ବିଶ୍ୱରଞ୍ଜନ ହାତୀ ସମେତ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ