ସ୍ମାର୍ଟ୍ ସ୍କୁଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ୫ଟି ଅନ୍ତର୍ଗତ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ପାଇଁ ଗୁରୁବାର ଅପରାହ୍ନ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ବିଭିନ୍ନ ପଞ୍ଚାୟତ ଗସ୍ତ କରିଥିଲେ । ବିପୁଳିଙ୍ଗି, ମହାନାଦପୁର ଓ ପୋଟଲାମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁ ରୂପାନ୍ତରକରଣ କରି ସ୍ମାର୍ଟ୍ ସ୍କୁଲ ରେ ପରିଣତ କରାଯାଉଥିବା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରେଣୀ ଗୃହକୁ ଯାଇ ପିଲାଙ୍କ ପାଠ ପଢା ଦେଖିଥିଲେ। ଏହା ସହ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକାରୀ ହେଉଥିବା ଉନ୍ନୟମୂଳକ ପ୍ରକଳ୍ପ କୁ ନେଇ ଭାରପ୍ରାପ୍ତ ବିଡ଼ିଓ ପ୍ରକାଶ କୁମାର ମିଶ୍ରଙ୍କ ସହ ଗସ୍ତ ସମୟରେ ଆଲୋଚନା କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କ ପରିଦର୍ଶନ ବେଳେ ବିଡ଼ିଓ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ସହାୟକ ଯନ୍ତ୍ରୀ ଲଗ୍ନଜିତ୍ ସାହୁ , କନିଷ୍ଠ ଯନ୍ତ୍ରୀ ରଶ୍ମିତା ଦାଶ ଓ ଜୟସେନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ଏବଂ ହାଇସ୍କୁଲ ଗୁଡ଼ିକର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ