ସ୍ମାର୍ଟ ସହର ଭୁବନେଶ୍ୱର
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏକ ଐତିହ୍ୟ ସମ୍ପନ୍ନ ଓ ମନ୍ଦିରମାଳିନୀ ସହର ରୂପେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏହି ସହରରେ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ଭୁବନେଶ୍ୱରୀ, ବ୍ରହ୍ମେଶ୍ୱର, କେଦାରଗୌରୀ, ରାଜାରାଣୀ, ମେଘେଶ୍ୱର ଆଦି ପ୍ରମୁଖ ମନ୍ଦିର ରହିଥିବା ବେଳେ ଧଉଳି, ଖଣ୍ଡଗିରି ଓ ଉଦୟଗିରି ଦର୍ଶକମାନଙ୍କର ବେଶ୍ ପ୍ରଶଂସନୀୟ ପର୍ଯ୍ୟଟନସ୍ଥଳୀ ହୋଇପାରିଛି । ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକମାନେ ରାଜ୍ୟ ଓ ରାଜ୍ୟ ବାହାରୁ ଭୁବନେଶ୍ୱର ସହରକୁ ଆସିଥାନ୍ତି ଏହିସବୁ ମନ୍ଦିରମାନଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ । ସେହିପରି ଗ୍ରାମାଞ୍ଚଳରୁ ବହୁ ଯୁବକ ଯୁବତୀ ନିଜର ପାଠପଢା ଶେଷ କରି ·କିରୀ ଅନ୍ୱେଷଣରେ ଭୁବନେଶ୍ୱରକୁ ଆସୁଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଗ୍ରାମାଞ୍ଚଳ ଛାଡ଼ି ଉଚ୍ଚଶିକ୍ଷା ଆଶାରେ ରାଜଧାନୀ ଭୁବନେଶ୍ୱର ମୁହାଁଉଛନ୍ତି । ଅଧିକାଂଶ ଗ୍ରାମାଞ୍ଚଳର କର୍ମ·ରୀମାନେ ଭୁବନେଶ୍ୱରରେ ହିଁ ·କିରୀ କରିଥାନ୍ତି । ପ୍ରକୃତରେ କହିବାକୁ ଗଲେ ରାଜଧାନୀ ଭୁବନେଶ୍ୱରରେ ବସବାସ କରିବାକୁ ପ୍ରତ୍ୟେକ ଜନସାଧାରଣଙ୍କ ପ୍ରଥମ ପସନ୍ଦ । ସେଥିପାଇଁ ଆଜି ଭୁବନେଶ୍ୱରରେ ଜନସଂଖ୍ୟା ହୁ ହୁ ହୋଇ ବଢି·ଲିଛି ।
କିଛିବର୍ଷ ପୂର୍ବରୁ ଯଦି ଭୁବନେଶ୍ୱର କଥା ଆଲୋଚନା କରିବା, ତେବେ ସେତେବେଳେ ଭୁବେନଶ୍ୱରର ରାସ୍ତାଘାଟ ଏତେ ଉନ୍ନତମାନର ନଥିଲା । ୧୫/୨୦ ବର୍ଷ ପୂର୍ବରୁ ଭୁବନେଶ୍ୱରରୁ କଟକ ଯିବା ପାଇଁ ଏକଥାକିଆ ଅଣଓସାରିଆ ରାସ୍ତା ଥିଲା । ଫଳରେ ଭୁବନେଶ୍ୱରରୁ କଟକ ଯିବା ଆସିବା କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଯଦି କଟକ ଯିବା ବାଟରେ କୌଣସି ଗାଡ଼ି ଦୁର୍ଘଟଣା ହେଉଥିଲା, ତେବେ କଥା ସରିଲା । ରାସ୍ତା ପୁରା ଜାମ୍, ଯାତ୍ରୀମାନଙ୍କୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ସେ ଅସୁବିଧା ଦୂର ହୋଇଯାଇଛି । ଭୁବନେଶ୍ୱର କଟକ ରାସ୍ତା ଏବେ ·ରିଥାକିଆ ଓ ଚଉଡ଼ା ରାସ୍ତା ହୋଇଥିବା ବେଳେ ଯାତ୍ରୀମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଓଭର ବ୍ରିଜ୍ ନିର୍ମାଣ ହୋଇଛି । ଫଳରେ ପୂର୍ବ ଭଳି ଆଉ ଯାତାୟାତରେ ଆଉ ଅସୁବିଧା ନାହିଁ କି ରାସ୍ତାରେ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁନାହିଁ । ଏକଥାକିଆ ରାସ୍ତା ଥିବାବେଳେ ଭୁବନେଶ୍ୱରରୁ କଟକ ୧/୨ରୁ ଘଣ୍ଟା ଲାଗୁଥିବା ବେଳେ ଏବେ ମାତ୍ର ୨୦ ରୁ ୩୦ ମିନିଟ୍ ଲାଗୁଛି ।
ବର୍ତ୍ତମାନ ଭୁବନେଶ୍ୱରର ରାସ୍ତାଘାଟ, ପରିବେଶ, ପରିଚ୍ଛନ୍ନତା ଓ ସହରର ସୌନ୍ଦର୍ଯ୍ୟକରଣକୁ ନେଇ ଏଇ ନିିକଟରେ ଭୁବନେଶ୍ୱରକୁ ‘ସ୍ମାର୍ଟ ସିଟି’ର ମାନ୍ୟତା ମିଳିଛି । ଭୁବନେଶ୍ୱରକୁ ସ୍ମାର୍ଟ ସିଟିର ମାନ୍ୟତା ମିଳିବା ପରେ ଏହି ସହର ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କିନ୍ତୁ ବଡ଼ ଦୁଃଖର ବିଷୟ ସ୍ମାର୍ଟ ସହର ଭୁବନେଶ୍ୱରର ସ୍ମାର୍ଟ ଯୁବପିଢୀମାନେ ଯେଉଁଭଳି ବେପରୁଆ ଭାବରେ ଗାଡ଼ି ଚଳାଇବା, ଜନଗହଳିପୂର୍ଣ୍ଣ ରାସ୍ତା ମଝିରେ ଗାଡ଼ି ପାର୍କି କରିବା, କୌଣସି ଦୋକାନ ବା ସପିଂ ମଲ ହେଉ ସାମ୍ନାରେ ଗାଡ଼ି ଉପରେ ବସି ସିଗାରେଟ ଟାଣିବା ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ଦୋକାନ ସାମ୍ନାରେ ଗାଡ଼ି ରଖିବା ଫଳରେ ଅନ୍ୟ ଗ୍ରାହକମାନଙ୍କ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିପରି ସ୍ମାର୍ଟ ସହରର ଏହି ସ୍ମାର୍ଟ ଯୁବକମାନେ ନିଜ ବାଇକ୍ରେ ସେମାନଙ୍କ ବାନ୍ଧବୀକୁ ବସାଇ, କାନରେ ଇୟର ଫୋନ୍ ଦେଇ ମୋବଇଲ୍ରୁ ଗୀତ ଶୁଣି, ଟ୍ରାଫିକ୍ ନିୟମକୁ ଉଲଂଘନ କରି ଯେପରି ଭାବରେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି ସେଥିପାଇଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡ଼ି ଦୁର୍ଘଟଣା ଘଟୁଛି । ଦୁର୍ଘଟଣାସ୍ଥଳରେ କିଛି ମୃତ୍ୟୁବରଣ କରୁଛନ୍ତି, କିଛି ଡ଼ାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି ତ ଆଉ କେହି କେହି ସାରା ଜୀବନ ପଙ୍ଗୁ ହୋଇ ରହିଯାଉଛନ୍ତି । ଏହି ଦ୍ରୁ୍ଘଟଣା ଫଳରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ସହରର ନିରୀହ ଜନତା, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଓ ପଥ·ରୀମାନେ । ସେହିପରି ଏହି ସ୍ମାର୍ଟ ଯୁବକ ଯୁବତୀମାନେ ସାଙ୍ଗ ହୋଇ ମାର୍କେଟିଙ୍ଗ ହେଉ ବା ସପିଂ ହେଉ ବା ଥଣ୍ଡାପାନୀୟ ପିଇବାକୁ ଗଲାବେଳେ, ମାର୍କେଟିଙ୍ଗ କରିବା ସମୟରେ ବା ଥଣ୍ଡାପାନୀୟ ପିଇବା ସମୟରେ ରାସ୍ତା ମଝିରେ ଗାଡ଼ି ରଖିଦେଇ ଯିବା ଫଳରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଅନ୍ୟ ଗାଡ଼ିଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏମାନେ ସାଙ୍ଗହୋଇ ଥଣ୍ଡାପାନୀୟ କରୁଥିବା ସମୟରେ ଗପରେ ଏମିତି ମଜ୍ଜି ଯାଇଥାନ୍ତି ଯେ, ଅନ୍ୟ ଗାଡ଼ିଗୁଡ଼ିକ ବହୁ ସମୟ ଧରି ଅପେକ୍ଷା କରି ହର୍ଣ୍ଣ ମାରୁଥିଲେ ମଧ୍ୟ ତଥାପି ଏମାନେ ଗପରେ ମସଗୁଲ୍ ଥାଆନ୍ତି ଯାହା ସ୍ମାର୍ଟ ସହର ଭୁବନେଶ୍ୱର ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।
ସେହିପରି ବର୍ତ୍ତମାନ ରାଜଧାନୀ ସମେତ ସାରା ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମାଜିକ ଅନୁଷ୍ଠାନମାନଙ୍କ ତରଫରୁ ଓଡ଼ିଶାରେ ମଦ ବିକ୍ରିକୁ ବିରୋଧ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଦ ବିକ୍ରିକୁ ବିରୋଧ କରି ବିଭିନ୍ନ ସ୍ଥାନରେ ମଦ ଦୋକାନ ଭାଙ୍ଗିବା, ଆନ୍ଦୋଳନ ଓ ହରତାଳ କରୁଥିବା ବେଳେ ଆମ ସ୍ମାର୍ଟ ସହରର ସ୍ମାର୍ଟ ଯୁବତୀମାନେ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସହିତ ଜନଗହଳିପୂର୍ଣ୍ଣ ରାସ୍ତାରେ ସର୍ବସାଧାରଣଙ୍କ ସମ୍ମୁଖରେ ଯେଉଁଭଳି ଭାବରେ ସିଗାରେଟ ଟାଣୁଛନ୍ତି, ସେହି ରାସ୍ତା ଦେଇ ଯାଉଥିବା ଗୃହିଣୀ, ସଚେତନ ଓ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀମାନେ ନିଜକୁ ଲଜ୍ଜା ଅନୁଭବ କରି ମୁହଁକୁ ତଳକୁ ପୋତି ଯାଉଥିବା ବେଳେ ଏହି ଯୁବକ ଯୁବତୀମାନେ ଏହି ବରିଷ୍ଠ ନାଗରିକମାନଙ୍କୁ ତିଳେମାତ୍ର ଖାତିର ନ କରି ସିଗାରେଟ ଟାଣିବାରେ ମଜ୍ଜି ଯାଆନ୍ତି । ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଏମାନଙ୍କ ଠାରୁ କି ଶିକ୍ଷା ପାଇବେ? ବିଶେଷକରି ସ୍ମାର୍ଟ ସହରର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜମାନଙ୍କରେ ପଢୁଥିବା ଯୁବକ ଯୁବତୀମାନେ ସର୍ବସମ୍ମୁଖରେ ସିଗାରେଟ ଟାଣିବା ସହିତ ମଦ୍ୟପାନ କରୁଥିବା ବେଳେ କୌଣସି ବି ମହିଳା ସ୍ୱୟ ସହାୟକ ଗୋଷ୍ଠୀ ଏମାନଙ୍କୁ ପ୍ରତିବାଦ କରିନଥାନ୍ତି । ଗୋଟିଏ ପଟେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଦକୁ ବିରୋଧ କରି ମଦ ଦୋକାନ ଭାଙ୍ଗିବା ସହିତ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟ ପଟେ ସ୍ମାର୍ଟ ସହରର ସ୍ମାର୍ଟ ଯୁବତୀମାନେ ପ୍ରତ୍ୟେହ ମଦ୍ୟପାନ କରି ମାତାଲ ଅବସ୍ଥାରେ କେଉଁଠି ରାସ୍ତା ଉପରେ ଗଡ଼ିଲେଣି ତ ଆଉ କେଉଁଠି ନିଜର ପୁରୁଷ ବନ୍ଧୁଙ୍କ ସହ ଅସଂଯତ ଅବସ୍ଥାରେ ପଡ଼ି ରହୁଛନ୍ତି । ଏବେ ପୁଣି ସ୍ମାର୍ଟ ସହରର ରାଜରାସ୍ତାରେ ସ୍ମାର୍ଟ ଯୁବତୀମାନେ ଆଣ୍ଠୁ ଉପରକୁ ପ୍ୟାଣ୍ଟ ଓ ନାଭି ଦେଖାଯାଉଥିବା ଡ୍ରେସ୍ ପିନ୍ଧି ବୁଲୁଥିବା ବେଳେ ବିବାହିତା ମହିଳାମାନେ ଓଡ଼ିଆ ଘରର ପରମ୍ପରାକୁ ଗୋଡ଼ରେ ଦଳିଦେଇ ଚିରା ଜିନ୍ ପ୍ୟାଣ୍ଟ ଟି ସାର୍ଟ ପିନ୍ଧି ପ୍ରମାଣିତ କରି ଦେଇଛନ୍ତି ଯେ ସ୍ମାର୍ଟ ସହର ଭୁବନେଶ୍ୱର ।
ବର୍ତ୍ତମାନ ଏହି ସ୍ମାର୍ଟ ସହର ପାଇଁ ସବୁଠାରୁ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି େ·ରା ଗଞ୍ଜେଇ ଓ ବ୍ରାଉନ ସୁଗାର ଓ େ·ରା ମଦ । ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ େ·ରା ଗଞ୍ଜେଇ, ବ୍ରାଉନ୍ ସୁଗାର ଓ ମଦ ଧରାପଡ଼ୁଥିବାର ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ମିଳୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା େ·ରା ·ଲାଣ କରୁଥିବା ଏହି ଗଞ୍ଜେଇ ଓ ବ୍ରାଉନ୍ ସୁଗାର ଓ ମଦବେପାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା, ଯୁବତୀ ଓ ବିଭିନ୍ନ କଲେଜର ଛାତ୍ରମାନେ । ବାସ୍ତବରେ ଏମାନେ କାହା ପ୍ରରୋଚନାରେ ଏହି ଛାତ୍ରମାନେ ନିଜ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇ ଏହି େ·ରା ବେପାରରେ ଲିପ୍ତ ରହୁଛନ୍ତି ତାହା ଲୋକଲୋଚନକୁ ଆସିବା ନିହାତି ଦରକାର । ଏହି ଛାତ୍ର ଓ ମହିଳାମାନେ େ·ରା କାରବାର ଲିପ୍ତ ରହିବା ଫଳରେ ଏହାର ପ୍ରଭାବ ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ସମାଜରେ ବଢି ·ଲିଥିବା ନାରୀ ନିର୍ଯ୍ୟତନା ଓ ଦୁଷ୍କର୍ମ ବିରୁଦ୍ଧରେ ପ୍ରତିଦିନ ଭୁବନେଶ୍ୱରରେ ଆନ୍ଦୋଳନ ଅନଶନ ·ଲିଥିବା ବେଳେ ଅନ୍ୟପଟେ ବହୁ ଛାତ୍ରୀ ଓ ଯୁବତୀମାନେ ନିଜର ସ୍ୱାର୍ଥ ହାସଲ ପାଇଁ ଏକାଧିକ ଯୁବକଙ୍କୁ ଭଲ ପାଇବାର ଛଳନା କରି ସେମାନଙ୍କଠାରୁ ଦାମୀ ଉପହାର, ମୋବାଇଲ୍ ଓ ଟଙ୍କା ଇତ୍ୟାଦି ଲୁଟ୍ କରନ୍ତି ଏବଂ କୌଣସି କାରଣରୁ ଘଟଣାଟି ବାହାରେ ପ୍ରଘଟ ହେଲେ ଉକ୍ତ ଯୁବକମାନଙ୍କୁ ବଳାକ୍ରାର ଅଭିଯୋଗରେ ଫସାଇ ଦେଉଥିବା ବେଳେ କୌଣସି ସଂଗଠନ ବା ବ୍ୟକ୍ତିବିଶେଷ ଏଥିପ୍ରତି ପ୍ରତିବାଦ କରୁନାହାଁନ୍ତି । ଫଳରେ ସମାଜ ଆଖିରେ ଏହି ନିରୀହ ଯୁବକମାନେ ଦୋଷୀ ସାବ୍ୟସ୍ତ ହେଉଥିବା ବେଳେ ଉକ୍ତ ଯୁବତୀମାନେ ଖସିଯାଇ ପୁନର୍ବାର ଏହି କୁତ୍ସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାର ଅନେକ ଉଦାହରଣ ଏହି ସ୍ମାର୍ଟ ସହରରେ ଦେଖିବାକୁ ମିଳୁଛି । ତେଣୁ ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ସଂଗଠନମାନେ ମଦ ବିକ୍ରି, ନାରୀ ନିର୍ଯ୍ୟାତନା ଓ ବଳାକ୍ରାରକୁ ବିରୋଧରେ ଲଢେଇ କରୁଛନ୍ତି, ସେହି ସଂଗଠନମାନେ ଏହି ଘଟଣାଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ।
ସୁବାସ କୁମାର ତାରଣିଆଁ
ମୋ : .୯୭୭୬୫୧୦୭୯୪
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର