ସ୍ମାର୍ଟ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଦର୍ପଣ ୨୦୨୦
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି କୋପରେଟିଭ୍ ବ୍ୟାଙ୍କ ପଡିଆ ଠାରେ ସ୍ମାର୍ଟ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଦର୍ପଣ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଗୁରୁ ରଘୁନାଥ ପାତ୍ର, ପ୍ରିନ୍ସ ଡ୍ୟନ୍ସ ଗ୍ରୁପର ଅଧ୍ୟକ୍ଷ କ୍ରିଷ୍ଣା ରେଡ୍ଡୀ, ଓଡିଆ ସିନେମା ନିର୍ମାତା ଏସ୍. ଗଙ୍ଗାଧର ରେଡ୍ଡୀ, ସେଞ୍ଚୁରିାନ ବିଶ୍ୱ ବିଦ୍ୟାଳୟର ଡିନ୍ ଡ. ଅଶୋକ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସ୍ୱାଗତିକା ମିଶ୍ର ନିଜର ସ୍ୱାଗତ ଭାଷଣରେ ବର୍ତ୍ତମାନ ସମୟରେ ଶିକ୍ଷାଦାନ ବ୍ୟବସ୍ଥାରେ ଆସିଥିବା ବିଭିନ୍ନ ପରିବର୍ତ୍ତନ ବିଷୟରେ କହିଥିଲେ । ବିଜ୍ଞାନ ଓ ପ୍ରଜୁକ୍ତି ବିଦ୍ୟାର ଉପଯୋଗରେ ଶିକ୍ଷା ପ୍ରଣାଳୀ କିପରି ସହଜ ହୋଇଛି ସେ ବିଷୟରେ କୁହାଯାଇଥିଲା । ସେହିପରି ଜିଲାପାଳ ଅନୁପମ ସାହା ବିଦ୍ୟାଳୟର ପରିଚାଳନାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଶିକ୍ଷାଦାନ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଏହି ବିଦ୍ୟାଳୟଟି ୩ଜଣ ଗୃହିଣୀଙ୍କ ପ୍ରୟାୟସରେ ଅତି ସଫଳତାର ସହ ଗଢି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା । ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ଡିନ୍ ଶ୍ରୀ ମିଶ୍ର ବିଦ୍ୟାଳୟର ଶିକ୍ଷାଦାନର ମାନକୁ ପ୍ରଶଂସା କରିଥିଲେ । ପରେ ଏକ ରଂଗା ରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସାଂସ୍କୃତିକ କର୍ଯ୍ୟକ୍ରମକୁ ଗୁରୁ ଗ୍ରେସ ସାମଲ ପରିଚାଳନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଲିନା କର, ରଂଜିତା ପଟ୍ଟନାୟକ, ମନୋଜ କର, ରବୀ ପଟ୍ଟନାୟକ, ମଧୁସ୍ମିତା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


