ସ୍ମୃତିଚାରଣ ସଭା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଠାରେ ଆମ୍ବେଦକର ଦଳିତ ସେବା ସଂଘ ପକ୍ଷରୁ ବରିଷ୍ଠ ସଦସ୍ୟ ହାଡିବନ୍ଧୁ ଜେନାଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଉମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସ୍ମୃତିଚାରଣ ସଭାରେ ସମ୍ପାଦକ ଦିବାକର ଜେନା, କିର୍ତ୍ତନ ମଳିକ, ଅରୁଣ କୁମାର ଜେନା, ରମାକାନ୍ତ ମଲିକ, ନଟବର ମଲିକ, ସୁଜିତ କୁମାର ଜେନା, ଭାଗବତ ଜେନା ପ୍ରଭୃତି ଯୋଗଦେଇ ସ୍ୱର୍ଗତ ଜେନାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ ।