ସ୍ମୃତିଚାରଣ ସଭାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ
ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ସ୍ୱର୍ଗତ ମହେଶ୍ୱର ଘଡେଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଗଣେଶ ପ୍ରସାଦ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପଞ୍ଚାନନ ରାଉତ, ଦେବବ୍ରତ ବ୍ରହ୍ମଚାରୀ, ପଣ୍ଡିତ ଦୟାନିଧି ଦାଶ, ଅଲେଖ ଚନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ରମାକାନ୍ତ ଜେନା, ରତ୍ନାକର ଦାଶ, ରାଧାରାଣୀ ମହାପାତ୍ର, ଶକୁନ୍ତଳା ନାୟକ, ଗୀତାରାଣୀ ଆଇଚ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମହେଶ୍ୱର ଘଡେଇ ଜଣେ ଦରଦୀ, ପରପକାରୀ, ମିଷ୍ଠଭାଷୀ ବ୍ୟକ୍ତି ଥିଲେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଅଭୟ କୁମାର ପ୍ରଧାନ, ରମାକାନ୍ତ ରାଉତ, ଶ୍ରୀକାନ୍ତ ପଣ୍ଡା, ଭାବଗ୍ରାହୀ ପଣ୍ଡା, ତାରାକାନ୍ତ ମଲ୍ଲିକ ଯୋଗ ଦେଇ ସ୍ୱର୍ଗତ ଆତ୍ମାଙ୍କର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ବେଦପାଠ କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ ମହେଶ୍ୱର ସ୍ମୃତି ସଂସଦ ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ନେହେରୁ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷ ମାଟ୍ରିକ୍ରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଉଷାରାଣୀ ଗିରି ଓ ସ୍ୱାଗତିକା ସେଠୀଙ୍କୁ ସ୍ମୃତି ସଂସଦ ପକ୍ଷରୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନେହେରୁ ନୋଡାଲ ଉପ୍ରା ବିଦ୍ୟାଳୟର ୩ୟ, ୫ମ ଓ ୭ମ ଶ୍ରେଣୀର ୯ ଜଣ ଛାତ୍ରଛାତ୍ରୀଙ୍କୁ ସାଧାରଣ ଜ୍ଞାନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ନେଇ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା