ସ୍ମୃତିଚାରଣ ସଭା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ କୁଳେଇପଦା ତଥାସ୍ତୁ ଶିଶୁ ବିଦ୍ୟାପୀଠ ପରିସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ୰ ଶାନ୍ତିଲତା ମହାନ୍ତିଙ୍କ ଏକାଦଶାହରେ ତାଙ୍କ ରଚିତ ପୁସ୍ତକ “ଯେ ପକ୍ଷୀ ଉଡେ ଯେତେ ଦୂର” ଉନ୍ମୋଚିତ ହୋଇଅଛି । ବିଶିଷ୍ଟ ସାହିତ୍ୟିକ ଇ.ଅଭୟ ସୁତାର ଏହି ପୁସ୍ତକ ଉନ୍ମୋଚନ କରିଥିଲେ । ପରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ କବି ରବିନ୍ଦ୍ର ବେହୁରିଆ, ମନ୍ମଥ ବିଶ୍ବାଳ, ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ବରିଷ୍ଟ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ଆଖଣ୍ଡଳମଣି ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ ମହାନ୍ତି, ଅଧ୍ୟାପକ ନିହାର ରଞ୍ଜନ କର, ଅମରେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ପଣ୍ଡା, ଶ୍ରୀନାଥ ନାୟକ, କହ୍ନେଇ ଚରଣ ବିଳାସ, ବ୍ରହ୍ମାନନ୍ଦ ବିଶ୍ବାଳ, ପୂର୍ବତନ ସରପଞ୍ଚ ସରୋଜ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ସାମଲ ପ୍ରମୁଖ ବହୁ ବ୍ୟକ୍ତି ସ୍ବର୍ଗତା ଶାନ୍ତିଲତା ସାହିତ୍ୟ ସୃଷ୍ଟିକରି ସମାଜକୁ ନୂତନ ବାର୍ତ୍ତା ଦେଉଥିଲେ ବୋଲି ସ୍ମୃତିଚାରଣ ଅବସରରେ କହିଥିଲେ । ଶେଷରେ ତାଙ୍କର ଜ୍ୟେଷ୍ଟ ପୁତ୍ର ଦିଲ୍ଲୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ