ସ୍ମୃତିରେ ଗିରିଶଚନ୍ଦ୍ର ଶିକ୍ଷକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମର ଶିକ୍ଷକ ଗିରିଶ ଚନ୍ଦ୍ର ରାଉତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏ ଅବସରରେ ତାଙ୍କ ଗ୍ରାମ ପୂର୍ବ ନିକିରାଇରେ ଶୁକ୍ରବାର ଏକ ଶ୍ରଦ୍ଧାଞ୍ଜଳି ସଭା ‘ସ୍ମୃତିରେ ଗିରିଶଚନ୍ଦ୍ର’ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ଗଗନବିହାରୀ ଜେନା ସଭାପତିତ୍ୱ କରିଥିବା ବେଳେ ନିକେତନ ଜେନା ସମ୍ମାନିତ ଅତିଥି, ସୁଜନପୁର ଆଞ୍ଚଳିକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁକାନ୍ତ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ସରୋଜ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସ୍ୱର୍ଗତ ରାଉତ ଜଣେ ଛାତ୍ରବତ୍ସଳ, ପରୋପକାରୀ ଓ ସ୍ନେହୀ ଶିକ୍ଷକ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏକାଧିକ ବ୍ୟକ୍ତିତ୍ୱର ଅଧିକାରୀ ଥିବା ସ୍ୱର୍ଗତ ରାଉତ ଏକ ମଣିଷ ତିଆରି କାରଖାନାରେ କାମ କରି ଶେଷନିଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗତ ରାଉତ ଜଣେ ଯୋଦ୍ଧା ବୋଲି ତାଙ୍କ ସ୍ମୃତିଚାରଣବେଳେ ବକ୍ତାମାନେ ପ୍ରକାଶ କରିଥିଲେ । ଯାଜପୁର ଜଗବନ୍ଧୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ଭୂୟାଁ, ଶିକ୍ଷକ ପ୍ରମୋଦ ରାଉତ, ସମାଜସେବୀ ନିବାର ବିଶ୍ୱାଳ, ବିଶ୍ୱଜିତ ବିଶ୍ୱାଳ, ବ୍ରିଜ୍ୱେଲ ଅନ୍ତର୍ଜାତୀୟ ସ୍କୁଲର କନିଷ୍ଠ ଅଧ୍ୟାପିକା ଅନନ୍ୟା ବିଶ୍ୱାଳ, ଅଙ୍କିତା ବିଶ୍ୱାଳ ପ୍ରଭୃତି ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ । ସାମ୍ବାଦିକ ସଞ୍ଜୀବ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ କୋରାପୁଟରେ ଦୀର୍ଘଦିନ ଧରି ଶିକ୍ଷକତା କରି ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ