ସ୍ମୃତିଲିପିର ରଜତ ଜୟନ୍ତୀ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ମୃତିଲିପିର ରଜତ ଜୟନ୍ତୀ ଉତ୍ସବ, ପୁସ୍ତକ ଉନ୍ମୋଚନ ସହ ସାରସ୍ୱତ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଡ. ସୁଚେତା ରାଉତଙ୍କ ସଭାପତିତ୍ୱରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟକ ଭାବେ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଯୋଗଦେଇଥିବାବେଳେ ମୁଖ୍ୟଅତିଥି ଭାବେ ଡ. ସୂର୍ଯ୍ୟମଣି ଖୁଂଟିଆ, କୋରାଇ ସାହିତ୍ୟ ସଂସଦ, ସମ୍ମାନିତ ଅତିଥି ଭାବେ ଡ. ପ୍ରଶାନ୍ତ କୁମାର ବିଶ୍ୱାଳ, ବାହାଦୂର ପାଟ୍ଟଶାଣି, ଅଧ୍ୟାପିକା ମାନସୀ କର ଯୋଗଦେଇ କବିତା ଓ ସାହିତ୍ୟକୁ କିପରି ସରସ ସୁନ୍ଦର କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ମୃତିଲିପିର ରଜତ ଜୟନ୍ତୀ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବରେଣ୍ୟ ଅତିଥି ପଦ୍ମଶ୍ରୀ ଡ. ରଜତ କୁମାର କର, ସଭାପତି ଜୟକୃଷ୍ଣ ତ୍ରିପାଠୀ, ସମ୍ମାନିତ ଅତିଥି ଅଧିବକ୍ତା ଧରଣୀଧର ନାୟକ ଏବଂ ସ୍ମୃତିଲିପିର ସଂପାଦକ ଭୁବନମୋହନ ମହାନ୍ତି ଉପସ୍ଥିତ ରହି ସାହିତ୍ୟ ପତ୍ରିକା କଂଟକିତ ପଥ ମଧ୍ୟରେ ଅତିକ୍ରମ କରୁଛି ଏବଂ ଏହାକୁ ବଂଚାଇ ରଖିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହାସହିତ କବି ନାରାୟଣ ମହାନ୍ତିଙ୍କ କବିତା ସଂକଳନ ନର୍ଗ ନିର୍ମାଲ୍ୟ ଲୋକାର୍ପିତ ମଧ୍ୟ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା । ସମ୍ମାନିତ ପ୍ରତିଭା ମାନଙ୍କ ମଧ୍ୟରେ ପ୍ରଣତୀ ପ୍ରିତିନନ୍ଦା ନାୟକ, ଗୌରାଙ୍ଗ କୁମାର ସାହୁ, ସାହିତ୍ୟିକା ତଥା ଲେଖିକା ମନୀଷା ରାୟ, ଯୁବ ସମାଜସେବୀ ଫଜରୁଲ୍ ରେହମାନ, ବୀଣାପାଣି ଚୌଧୁରୀ, ଲୋକନାଥ ମହାପାତ୍ର, ଡ. ଅଂଶୁମାନ ମିଶ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମଂଚ ସଂଚାଳନା ଡ. ଗୀତାଶ୍ରୀ ପ୍ରିୟମ୍ବଦା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ କବି କୀର୍ତନ ସାହୁ । କାର୍ଯ୍ୟକ୍ରମକୁ ପ୍ରମୁଖ ସହାୟତା କରିଥିଲେ କାନନବାଳା ପଟ୍ଟନାୟକ, ଆରତୀ ମହାନ୍ତି, ମନୋଜ କୁମାର ରାଉତ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ