ସ୍ମୃତି ସାଉଁଟିଲେ ପୁରାତନ ବିଦ୍ୟାର୍ଥୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୩ ବର୍ଷର ବରିଷ୍ଠ ବିଦ୍ୟାର୍ଥି ଏକାଠି ହୋଇ ନିଜନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ସ୍ମୃତି ସାଉଁଟିଛନ୍ତି । ସେମାନେ ମିଳିତ ହୋଇଛନ୍ତି ବାଲିଗୁଡାର ପଦ୍ମାପଦର ଝୁଲାର୍ବିଜ ଠାରେ ଏକ ବାର୍ଷୀକ ପାରିବାରିକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା ।ପ୍ରଥମେ ଦିବଙ୍ଗତ ସହପାଠୀ ସନ୍ୟାସୀ ଦିଗାଳଙ୍କ ଉଦ୍ଦେଶ୍ୟରେ ଦୁଇମିନଟ ନୀରବ ପ୍ରାଥନା କରିଥିଲେ ।ପ୍ରତି ବର୍ଷ ବାଲିଗୁଡାରେ ମିଳିତ ହୋଇଆସୁଛନ୍ତି ଓ ପ୍ରତିବର୍ଷ କରନ୍ତି ପାରିବାରିକ ବନ୍ଧୁମିଳନ । ପିଲା ଦିନର କଥାକୁ ମନେପକାଇବା ସହ ସେତେବେଳର ବାଲିଗୁଡା ଓ ବର୍ତମାନର ବାଲିଗୁଡାର ପରିବର୍ତନ ଉପରେ ଆଲୋଚନା କରିବା ସହ ସେମାନଙ୍କର ଶିକ୍ଷକ ମାନେ କିଏ କେଉଁଠି ରହୁଛନ୍ତି ତାରବି ଆଲୋଚନା କରିଥିଲେ ।ଏଥିରେ ଡ ବିଭୁତି ଭୁଷଣ ଆଚାର୍ଯ୍ୟ.ଇଂ ହୃଷିକେଶ ପାତ୍ର,ଇଂ ସଚ୍ଚିଦାନନ୍ଦ ପାଢୀ,ଚିତ୍ତ ରଂଜନ ଦାସ.ସୁରେନ ଦାସ,ଟିଶ୍ରୀନିବାସ ରାଓ,ଅଶୋକ କୁମାର ପଟ୍ଟନାୟକ,କାଶୀନାଥ ସାହୁ,ରାଜ କିଶୋର ପାଣୀଗ୍ରାହୀ,ରାଜ କିଶୋର ଦାସ.ଅମୀୟ କୁମାର ରଥ,ଶ୍ରଦ୍ଦାକର ସାହୁ,ରଘୁନାଥ ମହାପାତ୍ରସୁର୍ଦଶନ ଚୌଧୁରୀ,ରଂଜନ ମହାପାତ୍ର,ଭଗବାନ ବେହେରା ଓ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।