‘ସ୍ରଷ୍ଟା’ରାଜ୍ୟସ୍ତରୀୟ ନାଟକୋତ୍ସବ ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ବାଲେଶ୍ୱରର ପୁରାତନ ନାଟ୍ୟାନୁଷ୍ଠାନ ‘ସ୍ରଷ୍ଟା’ ପକ୍ଷରୁ ରାଜ୍ୟସ୍ତରୀୟ ନାଟକୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ସହିତ ସ୍ରଷ୍ଟାର ସମ୍ପାଦକ ଓଡିଶାର ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ଅର୍ଦ୍ଧ ଶତାଦ୍ଦୀ ସଫଳ ନାଟ୍ୟ ଜୀବନକୁ ରଙ୍ଗମଞ୍ଚ ମହୋତ୍ସବ ଭାବେ ଏଥିରେ ପାଳନ ପାଇଁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ର୍କକର୍ତ୍ତାମାନେ ସୂଚନା ଦେଇଛନ୍ତି । ସ୍ରଷ୍ଟାର ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ସମ୍ପାଦକ ଶ୍ରୀ ମହାପାତ୍ର ଓ ଉପ-ସଭାପତି ଗୌରୀ ଶଙ୍କର ସାହାଣୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟସ୍ତରୀୟ ନାଟକୋତ୍ସବର ରୂପରେଖ ସମ୍ପର୍କରେ ପ୍ରକାଶ କରିଛନ୍ତି । ଆସନ୍ତା ୨୦୨୩ ମସିହା ଫେବୃଆରୀ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ସହରର ଗାନ୍ଧୀ ସ୍ମୃତି ଭବନରେ ଏହି ନାଟକୋତ୍ସବ ଉତ୍ସବ ପାଳିତ ହେବ । ଏଥିରେ ପ୍ରଥମ ଓ ଶେଷ ସଂଧ୍ୟାରେ ‘ସ୍ରଷ୍ଟା’ର କଳାକାରଙ୍କ ପକ୍ଷରୁ ଓ ଅନ୍ୟ ୫ ଦିନ ରାଜ୍ୟର ପ୍ରତିଷ୍ଠିତ ନାଟ୍ୟାନୁଷ୍ଠାନଙ୍କ ପକ୍ଷରୁ ନାଟକ ମଞ୍ଚସ୍ଥ ହେବ । ପ୍ରତ୍ୟେହ ନାଟକ ଉପରେ ଅଲୋଚନାଚକ୍ର ଓ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ରଷ୍ଟା ପକ୍ଷରୁ ନାଟ୍ୟକାର ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଦୁଇଟି ନାଟକ ପରିବେଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ସହିତ ଭୂବନେଶ୍ୱର, ରାଉରକେଲା, ଝାରସୁଗୁଡା, ଢେଙ୍କାନାଳ ଓ ଫୁଲବାଣୀର ପ୍ରଭୃତି ଜିଲାରୁ ଖାତନାମା ନାଟ୍ୟାନୁଷ୍ଠାନ ମଧ୍ୟ ଏଥିରେ ନାଟକ ମଞ୍ଚସ୍ଥ କରିବେ । ବାଲେଶ୍ୱରବାସୀ ପ୍ରତ୍ୟେହ ସନ୍ଧ୍ୟାରେ ଶିକ୍ଷୟୀୟ ବିଷୟବସ୍ତୁ ଆଧାରିତ ନାଟକ ଦେଖିବା ସହ ଉତ୍ସବକୁ ସଫଳ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ମହାପାତ୍ର, ଅଜୟ ଆଚାର୍ଯ୍ୟ, ସଂଗ୍ରାମ ମହାନ୍ତି, ମନୋରଞ୍ଜନ ଦାସ, ସମରାଇ କର, ସୁଲଲିତ କର, ବ୍ରହ୍ମନାଥ ରଥ, ସୁମନା ପରିଡା, ପ୍ରଦୀପ ଶତପଥୀ, ରତିକାନ୍ତ ମଲ୍ଲିକ, ଅମିତାଭ ଭଟ୍ଟାଚାର୍ଯ୍ୟ, ଦିବାକର ମହାନ୍ତି, ଜୀବନ ସାହୁ ପ୍ରମୁଖ ସ୍ରଷ୍ଟାର କର୍ମକର୍ତ୍ତା ଓ ସଦସ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ