ସ୍ଲଗ-ବ୍ଲକ ସ୍ତରୀୟ ଆଂଚଳିକ ଯୁବ ସଂସଦ କାର୍ଯ୍ୟକ୍ରମ
ରାଇରଙ୍ଗପୁର(ଯୁଗାବ୍ଦ ନ୍ୟୁଜ) ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ବ୍ଲକ ସ୍ତରୀୟ ଆଂଚଳିକ ଯୁବ ସଂସଦ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସେବା ନିବୃତ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତିଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ୍ ଅଫିସର ସ୍ମୃତି ରଂଜନ ପାଣି, କଥାଶିଳ୍ପୀ ଲଳିତ ମହାନ୍ତ, ମହିଳା ସଂଗଠିକା ପଦ୍ମିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମରେ ନାରୀ ସୁରକ୍ଷା,ଭାରତର ଆର୍ଥିକ ବ୍ୟବସ୍ଥା, ନାଗରିକ ସୁରକ୍ଷା ଆଇନ, ପରିବେଶ ଏବଂ ସଂସଦର ବୈଶିଷ୍ଟ୍ୟ ତା ଉପରେ କଲେଜର ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କର ବଳିଷ୍ଠ ଯୁକ୍ତି ସଠିକ ଦିଗରେ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ର ସଦସ୍ୟ ଅଭିଜିତ ନନ୍ଦ, ଏବଂ ତୁଷାର କାନ୍ତ ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।