ସ୍ଵଚ୍ଛତା କି ଦୋ ରଙ୍ଗ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ଠାରେ ” ସ୍ୱଚ୍ଛତା କି ଦୋ ରଙ୍ଗ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ବ୍ୟବହାରିକ ପରିବର୍ତ୍ତନ ସୂଚନା, ଶିକ୍ଷା ଓ ଯୋଗାଯୋଗ ବିଷୟ ରେ ଏକ ସହାଭାଗୀ ଆଲୋଚନା କରାଯାଇଥିଲା | ଜନସାଧାରଣଙ୍କ ମଧ୍ୟରେ ଥରେ ବ୍ୟବହାର କରି ଫିଙ୍ଗି ଦେଉଥିବା ପଲିଥିନ ବ୍ୟବହାର ତଥା ଡଷ୍ଟ ବିନ ର ସଦୁପଯୋଗ ପ୍ରତି ସଚେତନ କରିବା ନିମନ୍ତେ ବିଭିନ୍ନ ରଣନୀତି ପ୍ରସ୍ତୁତି କରାଯାଇ ଥିଲା | ସଂପାଦକ ସୁଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବେଲଗୁଣ୍ଠା ଏନ ଏ ସି ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଅନୁଷ୍ଠାନ ର ସହ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ନାୟକ , ସୁକାନ୍ତ, ଶିବରାମ, ଗୁଣ୍ଡିଚା, ସୁଶାନ୍ତ, ବସନ୍ତ, ସତ୍ୟ, ସୂର୍ଯ୍ୟ ଗୁରୁଜୀ ଏବଂ ମାଧୁରୀ ଗୁରୁମା ଙ୍କ ସମେତ ସ୍ୱଚ୍ଛ ସାଥି ମିନତୀ ମହାରଣା , ରଞ୍ଜିତା ସାହୁ , ରାଜଲକ୍ଷ୍ମୀ ପାଳ , ସାନିଟେସନ ସୁପରଭାଇଜର ଶିବରାମ ଚୌଧୁରୀ ସହଯୋଗ କରିଥିଲେ | ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ