ସ୍ଵଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ପୁରୀବାସୀ

ଗେଲ (ଇଣ୍ଡିଆ) ଲିମିଟେଡ ଦ୍ଵାରା ପୁରୀ ଚକ୍ରତୀର୍ଥ ସମୁଦ୍ରକୂଳରେ ଏକ ବିଶାଳ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଭାରତର ଜନପ୍ରିୟ ତଥା ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ଵାନ କ୍ରମେ ସମଗ୍ର ଦେଶରେ ବ୍ୟାପକ ରୂପେ ଚାଲିଛି ସ୍ଵଚ୍ଛ ଭାରତ ଅଭିଯାନ । ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଳୟର ସମସ୍ତ ତୈଳ ଓ ଗ୍ୟାସ କମ୍ପାନୀମାନେ ନିଜକୁ ଏହି ଅଭିଯାନରେ ସାମିଲ କରି ଦେଶସାରା ବହୁବିଧ କାର‌୍ୟ୍ୟକ୍ରମ ମାନ ହାତକୁ ନେଇଛନ୍ତି । ବିଶେଷ କରି ସଂସ୍କୃତି ତଥା ଧାର୍ମିକ ଦୃଷ୍ଟିରୁ ମହତ୍ତ୍ଵ ରଖୁଥିବା ପୁରୀ ସହରକୁ ସ୍ଵଚ୍ଛ ତଥା ଆବର୍ଜନା ମୁକ୍ତ କରିବାର ସଂକଳ୍ପ ନେଇ ନିର୍ଦ୍ଦିଷ୍ଟ ସମୟାନ୍ତରରେ ସ୍ଵଚ୍ଛ ଭାରତ ଅଭିଯାନର ଆୟୋଜନ କରାଯାଉଅଛି । ଗେଲ (ଇଣ୍ଡିଆ) ଲିମିଟେଡ ଦ୍ଵାରା ଆୟୋଜିତ ଆଜିର ଏହି କାର‌୍ୟ୍ୟକ୍ରମରେ ପୁରୀର ମାନ୍ୟବର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କର ସ୍ଵଚ୍ଛତାର ସ୍ଵପ୍ନକୁ ସାକାର କରିବା ସଙ୍ଗେ ସଙ୍ଗେ ସ୍ଵଚ୍ଛ ପୁରୀ ଗଠନରେ ସହଭାଗୀ ହେବାପାଇଁ ସହରବାସୀଙ୍କୁ ଆହ୍ଵାନ ଜଣାଇଥିଲେ । ପୁରୀ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ, ବରିଷ୍ଠ ତଥା ସାଧାରଣ ନାଗରିକଙ୍କ ସମେତ ପ୍ରାୟ ତିନି ହଜାରରୁ ଉର୍ଦ୍ଧ ସମାଜସେବୀ ଏହି ବିଶାଳ ସ୍ଵଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ । ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀଙ୍କ ସହିତ ତୈଳ ଓ ଗ୍ୟାସ କମ୍ପାନୀର ବରିଷ୍ଠ ଅଧିକାରୀ ଶ୍ରୀ କେ.ବି. ସିଂ, ଶ୍ରୀ ପି.ସି. ଚୌବେ, ଶ୍ରୀ ପି. ଗୋପାଳକ୍ରୀଷ୍ଣା, ଶ୍ରୀ ଦୀନବନ୍ଧୁ ସୋରେନ, ଶ୍ରୀ ଶୁଭଜିତ ଘୋଷ, ଶ୍ରୀ ଅରୂପ କୁମାର ଭଗବତୀ, ଶ୍ରୀ ଦେବାଶିଷ ପାଲିତ, ଶ୍ରୀ ଅଭୟଙ୍କର ଦାସ, ଏସ.କେ ଝା, ଦେବୀପ୍ରସାଦ ଶତପଥି ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ପୁରୀ ସହରରେ ସ୍ଵଚ୍ଛ ଭାରତ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ତୈଳ ଓ ଗ୍ୟାସ କମ୍ପାନୀ ମାନଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ